www.samajalive.in
Saturday, December 6, 2025
19.1 C
Bhubaneswar

ରୂପଦେଇପୁରରେ ଚକ୍ରବୁଲା ପର୍ବ ପାଳିତ

ପିପିଲି : ପବିତ୍ର କାମଦା ଏକାଦଶୀ ଅବସରରେ ପିପିଲି ବ୍ଲକ ଅନ୍ତର୍ଗତ ରୂପଦେଇପୁର ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଚକ୍ରବୁଲା ପର୍ବ ସମାରୋହରେ ପାଳିତ ହୋଇଯାଇଛି। ପରମ୍ପରା ଅନୁଯାୟୀ ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ଏକ ସୁସଜ୍ଜିତ ବିମାନରେ ଠାକୁରଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ ଦେବଙ୍କୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିବା ବେଳେ ଘଣ୍ଟ,ଘଣ୍ଟା, କାହାଳୀ, ମୃଦଙ୍ଗ, ଢୋଲ, ମହୁରୀ ନାଦରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ଗ୍ରାମର ପ୍ରତ୍ୟେକ ପରିବାର ପକ୍ଷରୁ ଠାକୁର ମାନଙ୍କୁ ଧୂପ, ଦୀପ ସହ ଦ୍ୱାରିଭୋଗ ଅର୍ପଣ କରାଯାଇଥିବା ବେଳେ ନିରୋଗ ରହିବା ପାଇଁ ସମସ୍ତେ ଠାକୁରଙ୍କ ନିକଟରେ ଆଶିଷ ଭିକ୍ଷା କରିଥିଲେ।
ଲୋକକଥା ଅନୁଯାୟୀ, ଶ୍ରୀଗୁଣ୍ଡିଚା ପରେ ବର୍ଷାଋତୁରେ ତଥା ଋତୁ ପରିବର୍ତ୍ତନ ଯୋଗୁଁ ହଇଜା, ମିଳିମିଳା, ଜ୍ୱର, ସର୍ଦ୍ଦି, କାଶ, ଆଖିଧରା ଭଳି ବିଭିନ୍ନ ରୋଗ ବ୍ୟାପିବାର ଆଶଙ୍କା ରହିଛି। ଏହାର ନିରାକରଣ ପାଇଁ ତଥା ରୋଗକୁ ସମୁଳେ ବିନାଶ କରି ସମଗ୍ର ଜଗତକୁ ରକ୍ଷା କରିବା ପାଇଁ ଶ୍ରୀଜୀଉ ଏହି ଏକାଦଶୀରେ ବିମାନରେ ପରିକ୍ରମା କରି ନିଜର ଆୟୁଧ ସୁଦର୍ଶନ ଚକ୍ରକୁ ପେଷି ଥିବାରୁ ଏହି ଚକ୍ରବୁଲା ପର୍ବ ରୂପଦେଇପୁର ଗ୍ରାମରେ କାହିଁ କେଉଁ କାଳରୁ ପାଳିତ ହୋଇ ଆସୁଥିବା ସଂପର୍କରେ ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିର କମିଟିର ମୁଖପାତ୍ର ଆଇନଜୀବୀ ସତ୍ୟପ୍ରକାଶ ମିଶ୍ର ପ୍ରକାଶ କରିଛନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories