www.samajalive.in
Sunday, December 14, 2025
26.1 C
Bhubaneswar

ବିପଦ ସଂକେତ ଉପରେ ଦୟା ଓ ଭାର୍ଗବୀ ନଦୀ

ପିପିଲି: ଦୟା ଓ ଭାର୍ଗବୀ ନଦୀରେ ଆଜି ବନ୍ୟା ଜଳ ବୃଦ୍ଧି ପାଇବା ସହ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି  । ଉଭୟ ନଦୀରେ ବେଳକୁ ବେଳ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ରାତି ସୁଦ୍ଧା ଏହା ଆହୁରି ବଢିବାର ସମ୍ଭାବନା ରହିଛି  । ଦୟାନଦୀର କଣ୍ଟି ଠାରେ ବିପଦ ସଙ୍କେତ ୧୦.୨୫ ମିଟର ରହିଥିବା ବେଳେ ସନ୍ଧ୍ୟା ୭ଟା ସୁଦ୍ଧା ୧୦.୬୦ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି  । ସେହିପରି ଦୟାନଦୀର ମାଧିପୁର ଠାରେ ବିପଦ ସଙ୍କେତ ୧୧.୪୦୫ ମିଟର ରହିଥିବା ବେଳେ ସେଠାରେ ସନ୍ଧ୍ୟା ୭ଟା ସୁଦ୍ଧା ବନ୍ୟାଜଳ ୧୧.୬୦ ମିଟର ଉପରେ ପ୍ରବାହିତ ହେଉଥିବା ସଂପର୍କରେ କଣ୍ଟି ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ମାଧବ ଚନ୍ଦ୍ର ଷଡଙ୍ଗୀ ସୂଚନା ଦେଇଛନ୍ତି  । ଫଳରେ ଉଭୟ ସ୍ଥାନରେ ଥିବା କାଜରୁ ବନ୍ୟାଜଳ ନିର୍ଗତ ହେଉଥିବା ବେଳେ ରାତି ସୁଦ୍ଧା ଅଧିକ ପରିମାଣରେ ବନ୍ୟାଜଳ ନିର୍ଗତ ହୋଇ ପିପିଲି-ଜଟଣୀ ରାସ୍ତା ଉପରେ ପ୍ରବାହିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଏଥିଯୋଗୁଁ ପିପିଲି, ଡେଲାଙ୍ଗ ଓ କଣାସ ବ୍ଲକର ବ୍ୟାପକ ଚାଷଜମି ଜଳମଗ୍ନ ହେବାର ଆଶଙ୍କା ରହିଛି  ।

ସେହିପରି ଭାର୍ଗବୀ ନଦୀର ହରିପୁର ଠାରେ ବିପଦ ସଙ୍କେତ ୧୨.୦୯୫ ମିଟର ରହିଥିବା ବେଳେ ସନ୍ଧ୍ୟା ୭ଟା ସୁଦ୍ଧା ସେଠାରେ ବନ୍ୟାଜଳ ବିପଦ ସଂକେତ ଉପରେ ଅର୍ଥାତ ୧୨.୭୦ ମିଟର ଉଚ୍ଚତାରେ ପ୍ରବାହିତ ହେଉଥିବା ସଂପର୍କରେ ଉତ୍ତରା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଜିତୁକୃଷ୍ଣ ନନ୍ଦ ସୂଚନା ଦେଇଛନ୍ତି । ତେବେ ଜଳସେଚନ ବିଭାଗ ପକ୍ଷରୁ ଉଭୟ ନଦୀର ବନ୍ଧ ଉପରେ ୨୪ ଘଣ୍ଟିଆ ସତର୍କ ଦୃଷ୍ଟି ରଖାଯାଇଥିବା ସୂଚନା ମିଳିଛି  । ପିପିଲି ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଷଡାନନ ପ୍ରଧାନ ସୋମବାର ଉଭୟ ନଦୀର ବନ୍ଧର ସ୍ଥିତି ଯାଞ୍ଚ କରିବା ସହ ନଦୀବନ୍ଧର ସୁରକ୍ଷା ନେଇ ସମୀକ୍ଷା କରିଥିଲେ । ଭାର୍ଗବୀ ନଦୀର ହରିପୁର ଠାରେ ନଦୀପଠାରେ ଥିବା ମା’ ବିଶେଶ୍ୱରୀ ଠାକୁରାଣୀଙ୍କ ମନ୍ଦିର ବେଢାରେ ୪ଫୁଟ୍‍ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଥିବା ପରିଲକ୍ଷିତ ହୋଇଛି । ଉଭୟ ନଦୀରେ ବନ୍ୟାଜଳ ବୃଦ୍ଧି ପାଉଥିବା କାରଣରୁ ନଦୀ ଉପକୂଳବର୍ତ୍ତୀ ଅଞ୍ଚଳବାସୀ ସମ୍ଭାବ୍ୟ ବନ୍ୟାକୁ ନେଇ ଛାନିଆ ହୋଇପଡିଛନ୍ତି । ଜଳସେଚନ ବିଭାଗ ପକ୍ଷରୁ ଉଭୟ ନଦୀର ବନ୍ଧରେ ପଇଁତରା ମରାଯାଉଥିବା ବେଳେ ସମ୍ଭାବ୍ୟ ଘଳିଆର ମରାମତି ପାଇଁ ପର୍ଯ୍ୟାପ୍ତ ପରିମାଣରେ ବାଲିବସ୍ତା ଓ ବାଉଁଶ, ବହ୍ଲା ଆଦି ବିଭିନ୍ନ ସ୍ଥାନରେ ଗଚ୍ଛିତ ରଖାଯାଇଥିବା ସୂଚନା ମିଳିଛି ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories