ପିପିଲି:ଅରୂପା ମିଶନ ରିସର୍ଚ୍ଚ ଫାଉଣ୍ଡେସନ ପକ୍ଷରୁ ପିପିଲି ବ୍ଲକ ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତର ବାସୁଦେଇପୁର ଗ୍ରାମର ୧୦ଜଣ ମହିଳାଙ୍କୁ ମାଗଣାରେ ସିଲେଇ ମେସିନ ପ୍ରଦାନ କରାଯାଇଛି। ବାସୁଦେଇପୁର ଗ୍ରାମର ପ୍ରଶିକ୍ଷଣପ୍ରାପ୍ତ ଏହି ମହିଳାମାନଙ୍କର ସିଲେଇ ମେସିନ କିଣିବା ପାଇଁ ଆର୍ଥିକ ସମ୍ବଳ ଅଭାବ ଥିଲା। ତେଣୁ ଅରୂପା ମିଶନ ରିସର୍ଚ୍ଚ ଫାଉଣ୍ଡେସନ ପକ୍ଷରୁ ଏହି ମହିଳାମାନଙ୍କୁ ସହାୟତାର ହାତ ବଢା ଯାଇଥିଲା। ଫାଉଣ୍ଡେସନ ପକ୍ଷରୁ ଆଶା ଜୀବିକା ପରିଯୋଜନା କାର୍ଯ୍ୟକ୍ରମରେ ଉକ୍ତ ୧୦ଜଣ ମହିଳାଙ୍କୁ ଏହି ସିଲେଇ ମେସିନ ପ୍ରଦାନ କରାଯାଇଥିଲା। ଦାଣ୍ଡମୁକୁନ୍ଦପୁର ପଞ୍ଚାୟତର ସରପଞ୍ଚ ପରେଶ କୁମାର ମିଶ୍ର ଓ ୱାର୍ଡ ସଭ୍ୟା ସୁଜାତା ଭୋଇଙ୍କ ଉପସ୍ଥିତିରେ ଅରୂପା ମିଶନର ଟ୍ରଷ୍ଟି ଶୋଭା ଅହୁଜା, ସଦସ୍ୟା ନିଶି ଯୋଶୀ ଓ ନିର୍ଦ୍ଦେଶିକା ସୋନାଲି ପଟ୍ଟନାୟକ ପ୍ରମୁଖ ସିଲେଇ ମେସିନ ବଣ୍ଟନ କରିଥିଲେ।
Popular Categories



