www.samajalive.in
Monday, December 8, 2025
27.1 C
Bhubaneswar

ପଣସ ଗଛରୁ ପଡି ଯୁବକ ମୃତ

ଫୁଲବାଣୀ: କନ୍ଧମାଳ ଜିଲା ଖଜୁରୀ ପଡା ବ୍ଲକ ଆଡ଼ାସିପଡା ପଞ୍ଚାୟତ ବଡଭୂଇଁ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଆଜି ସନ୍ଧ୍ୟା ୫ଟା ସମୟରେ ରାମସିଂ କହଁର(୨୪)ଓ ଅମରେନ୍ଦ୍ର କହଁର ଦୁଇ ସାଙ୍ଗ ମିଶି ନିଜ ଘର ବାଡ଼ିରେ ଥିବା ଏକ ପଣସ ଗଛରୁ ପଣସ ତୋଳିବାକୁ ଯାଇଥିଲେ। ରାମସିଙ୍ଗ କହଁର ଗଛରେ ପଣସ ତୋଳିବା ସମୟରେ ଗଛର ଡାଳ ଭାଙ୍ଗି ଯାଇଥିଲା ଏବଂ ରାମିସିଙ୍ଗ ଗଛରୁ ତଳେ ପଡ଼ିଯାଇଥିଲା। ହଠାତ ରାମସିଙ୍ଗ ତଳେ ପଢିବା ଦେଖି ପଣସ ଗଛ ତଳେ ଠିଆ ହୋଇଥିବା ଅମରେନ୍ଦ୍ର ପାଟି କରି ଘର ଲୋକଙ୍କୁ ଡାକିଥିଲା। ଘର ଲୋକେ ରାମସିଙ୍ଗ ଗୁରୁତର ଅବସ୍ଥାରେ ରାମସିଙ୍ଗଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ରାମସିଙ୍ଗଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଅ ରାମସିଙ୍ଗଙ୍କ ମୃତ୍ୟୁ ଖବର ପାଇ ବାପାମା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଏବଂ ବଡ଼ଭୂଇଁ ଗାଁରେ ଶୋକର ଛାୟା ଖେଳିଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories