ଭୁବନେଶ୍ୱର: ପିପିଲି ଉପ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ତାରକା ପ୍ରଚାରକ ତାଲିକା ପ୍ରଦାନ କରାଯାଇଛି। ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସ୍ୱାକ୍ଷରରେ ୨୦ଜଣିଆ ତାରକା ପ୍ରଚାରକ ତାଲିକା ଦିଆଯାଇଛି। ତାରକା ପ୍ରଚାରକ ଭାବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଣବ ପ୍ରକାଶ ଦାସ, ମହେଶ୍ୱର ମହାନ୍ତି, ଦେବୀ ପ୍ରସାଦ ମିଶ୍ର, ପିନାକୀ ମିଶ୍ର, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା, ସମୀର ରଞ୍ଜନ ଦାଶ, ସୁଶାନ୍ତ କୁମାର ସିଂହ, ସ୍ନେହାଙ୍ଗିନୀ ଛୁରିଆ, ପ୍ରୀତିରଞ୍ଜନ ଘଡ଼ାଇ, ଉମାକାନ୍ତ ସାମନ୍ତରାୟ, ପ୍ରଣବ କୁମାର ବଳବନ୍ତରାୟ, ବ୍ୟୋମକେଶ ରାୟ, ବିଭୂତି ବଳବନ୍ତରୟ, ତୁଷାରକାନ୍ତି ବେହେରା, ଦେବୀରଞ୍ଜନ ତ୍ରିପାଠୀ ଓ ସୁଧୀର କୁମାର ସାମଲଙ୍କ ନାମ ରହିଛି।
କଂଗ୍ରେସ ଏହାର ୨୦ ଜଣିଆ ତାରକା ପ୍ରଚାରକ ଦଳ ଘୋଷଣା କରିଛି। ରାଜ୍ୟ ପ୍ରଭାରୀ ଏ ଚେଲା କୁମାରଙ୍କ ସହିତ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ଜି ରୁଦ୍ରରାଜୁ, ନରସିଂହ ମିଶ୍ର, ଚିରଞ୍ଜୀବ ବିଶ୍ବାଳ, ପ୍ରଦୀପ ମାଝି, ବିପିନ ଦାଶ, ରାମଚନ୍ଦ୍ର ଖୁଣ୍ଟିଆ, ସପ୍ତଗିରି ଉଲ୍ଲାକା, ବିଜୟଲକ୍ଷ୍ମୀ ସାହୁ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂହ ସାଲୁଜା, ମହମ୍ମଦ ମୋକିମ, ଅଧିରାଜ ପାଣିଗ୍ରାହୀ, ଗଣେଶ୍ବର ବେହେରା, ବନ୍ଦିତା ପରିଡ଼ା ଓ ସତ୍ୟପ୍ରକାଶ ନାୟକ ପ୍ରମୁଖ ଅଛନ୍ତି। ଅସୁସ୍ଥତା ଯୋଗୁଁ ତାରା ପ୍ରସାଦ ବାହିନୀପତି ଏହି ଦଳରେ ସ୍ଥାନ ପାଇନାହାନ୍ତି।



