ଆବଶ୍ୟକ ସାମଗ୍ରୀ
ଦହି – ୫୦୦ ଗ୍ରାମ
ସପୁରୀ – ୨କପ
ଚିନି – ୧ ଚାମଚ
ଜିରା ଗୁଣ୍ଡ – ୧ ଚାମଚରୁ କମ
ଧନିଆପତ୍ର – ଅଳ୍ପ
ଲୁଣ – ସାମାନ୍ୟ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ସପୁରୀକୁ ଧୋଇ ଭଲ ଭାବେ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏବେ ଏକ ପାତ୍ରରେ ଦହିକୁ ବାହାର କରି ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଦହିରେ ଜିରା, ଲୁଣ, ଚିନି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏଥିରେ କଟା ହୋଇଥିବା ସପୁରୀକୁ ପକାଇ ଗୋଳାଇ ଦିଅନ୍ତୁ। ଏହା ଉପରେ ଅଳ୍ପ କଟା ହୋଇଥିବା ସପୁରୀ ଓ ଧନିଆପତ୍ର ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସପୁରୀ ରାଇତା।
ସପୁରୀ ରାଇତା
Popular Categories



