www.samajalive.in
Thursday, December 11, 2025
16.1 C
Bhubaneswar

ରାତିରେ ଅଚାନକ ଉପଜିଲାପାଳଙ୍କ ଛାତ୍ରାବାସ ପରିଦର୍ଶନ

ଫୁଲବାଣୀ: ଫୁଲବାଣୀ ଉପଜିଲାପାଳ ଶେଷଦେବ ମିଶ୍ର ଅଚାନକ ବୁଧବାର ରାତିରେ ଫିରିଙ୍ଗିଆ ବ୍ଲକର ପଲାବୃଡି ପଞ୍ଚାୟତର ଦରିସୁଗା, ମୁସେଲିପଙ୍ଗା ଏବଂ କେଲାପଡ଼ା ପଞ୍ଚାୟତର ସେସ୍କାଯୋଡ଼ି, ତଳଦଣ୍ଡକିଆଠାରେ ଥିବା ଆଶ୍ରମ ବିଦ୍ୟାଳୟର ଛାତ୍ରାବାସ ପରିଦର୍ଶନ କରିଛନ୍ତି। ଅନ୍ତେବାସୀଙ୍କ ଶୟନକକ୍ଷ ସମେତ ଶ୍ରେଣୀଗୃହ, ରୋଷେଇଶାଳ, ଖାଦ୍ୟର ଗୁଣବତ୍ତା, ପାଇଖାନା ପରିବେଶ ଏବଂ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ଆଦି ବୁଲି ଦେଖିବା ସହ ପ୍ରଧାନ ଶିକ୍ଷକଙ୍କ ସମେତ ସ୍କୁଲର ଅନ୍ୟ କର୍ମଚାରୀ ଏବଂ ଛାତ୍ରାବାସ ଦାୟିତ୍ୱରେ ଥିବା ସମସ୍ତଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ସେହିଭଳି ବିଦ୍ୟାଳୟରେ ଯେଭଳି ଛାତ୍ରଛାତ୍ରୀଙ୍କ କୌଣସି ପ୍ରକାର ସମସ୍ୟା ନହୁଏ ସେଥିପ୍ରତି ଯତ୍ନଶୀଳ ହେବାକୁ ଦାୟିତ୍ୱରେ ଥିବା ଶିକ୍ଷକ ଏବଂ କର୍ମଚାରୀଙ୍କୁ ପରାମର୍ଶ ଦେଇ ଛାତ୍ରଛାତ୍ରୀମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏହି ପରିଦର୍ଶନ ବେଳେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତ, ତହସିଲଦାର ଏମ. ଅନୁରାଧା, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରଣବ ପରିଡ଼ା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଏବେ ସବୁ ଦିନ ଚାଲିବ ବୋଲି କହିଛନ୍ତି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories