www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ରାର୍ଥୀ ମନୋନୟନରେ ସ୍ବଚ୍ଛ ଓ ନିରପେକ୍ଷ ଭୂମିକା ଗ୍ରହଣ କରିଥାଏ ଓପିଏସସି

ଭୁବନେଶ୍ବର: ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସସି) ପକ୍ଷରୁ ଆସିଷ୍ଟାଣ୍ଟ ସେକ୍‌ସନ ଅଫିସର(ଏଏସଓ) ଲିଖିତ ପରୀକ୍ଷାଫଳ ନଭେମ୍ବର ୭ରେ ପ୍ରକାଶ ପାଇଥିଲା। ଏହି ପରୀକ୍ଷାରେ ମୋଟ ୧୧୦୪ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିବା ଓପିଏସସି ପକ୍ଷରୁ ସୂଚନା ଦିଆଯାଇଥିଲା। ତେବେ ଏଏସଓ ପରୀକ୍ଷାଫଳ ବିଭ୍ରାଟ ହୋଇଥିବା ନେଇ କିଛି ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି। କେତେକ ପରୀକ୍ଷାର୍ଥୀ ପରୀକ୍ଷା ନ ଦେଇ କୃତକାର୍ଯ୍ୟ ହୋଇଥିବା ଅଭିଯୋଗ ଆଣିଛନ୍ତି। ଏଏସଓ ପରୀକ୍ଷାଫଳ ବିଭ୍ରାଟ ନେଇ ପରୀକ୍ଷାର୍ଥୀଙ୍କ ଅଭିଯୋଗ ପ୍ରସଙ୍ଗରେ ଓପିଏସସି ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି। କିଛି ପରୀକ୍ଷାର୍ଥୀ କରିଥିବା ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ ବୋଲି ଓପିଏସସି ପ୍ରକାଶ କରିଛି। ଓଡ଼ିଶା ଲୋକ ସେବା ଆୟୋଗ ପକ୍ଷରୁ ପ୍ରେସନୋଟ ଜରିଆରେ ପ୍ରତିକ୍ରିୟା ରଖି ପ୍ରକାଶ କରାଯାଇଛି ଯେ ଓପିଏସସି ନିୟମାନୁସାରେ ଚୂଡ଼ାନ୍ତ ପରୀକ୍ଷାଫଳ ପରେ କଟଅଫ ମାର୍କ ପ୍ରକାଶ କରାଯିବ। ଉତ୍ତର, କଟଅଫ ମାର୍କ, ବ୍ୟକ୍ତିଗତ ମାର୍କ ଚୂଡ଼ାନ୍ତ ପରୀକ୍ଷାଫଳ ପରେ ଆସିବ। କିଛି ପରୀକ୍ଷାର୍ଥୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଭିତ୍ତିହୀନ ଓ ମିଥ୍ୟା। ଅନୁପସ୍ଥିତ ପ୍ରାର୍ଥୀଙ୍କୁ ମନୋନୟନ କରାଯାଇଥିବା ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା। ପ୍ରାର୍ଥୀ ମନୋନୟନରେ ଓପିଏସସି ସ୍ବଚ୍ଛ ଓ ନିରପେକ୍ଷ ଭୂମିକା ଗ୍ରହଣ କରିଥାଏ ବୋଲି କୁହାଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ କୃତକାର୍ଯ୍ୟ ପ୍ରାର୍ଥୀଙ୍କ ଡକ୍ୟୁମେଣ୍ଟ ଭେରିଫିକେସନ ପାଇଁ ଓପିଏସସି ପକ୍ଷରୁ ନୋଟିସ ଜାରି କରାଯାଇଛି। ଆସନ୍ତା ୧୪ରୁ ୧୮ତାରିଖ ପର୍ଯ୍ୟନ୍ତ  ଡକ୍ୟୁମେଣ୍ଟ ଭେରିଫିକେସନ ହେବ ବୋଲି ନୋଟିସରେ ଦର୍ଶାଯାଇଛି। ସେହିପରି ନଭେମ୍ବର ୨୭ରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ କମ୍ପ୍ୟୁଟର ଦକ୍ଷତା ପରୀକ୍ଷା ଅନୁଷ୍ଠିତ ହେବ। ସୂଚନା ଯୋଗ୍ୟ ଯେ ଅଗଷ୍ଟ ୨୭ରେ ଆସିଷ୍ଟାଣ୍ଟ ସେକସନ ଅଫିସର ପାଇଁ ଲିଖିତ ପରୀକ୍ଷା ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories