www.samajalive.in
Monday, December 8, 2025
20.1 C
Bhubaneswar

ଗୁଜରାଟ ବିଧାନସଭା ନିର୍ବାଚନ ; ବିଜେପିର ୧୬୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା

ଡେସ୍କ : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବିଜେପି ଗୁରୁବାର ୧୬୦ଜଣିଆ ପ୍ରାର୍ଥୀତାଲିକା ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘାଟଲୋଡିଆ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବାବେଳେ ରାଜ୍ୟ ଗୃହମନ୍ତ୍ରୀ ହର୍ଷ ସାଙ୍ଗଭୀ ମଜୁରା ଆସନରୁ ପ୍ରାର୍ଥୀ ହେବେ । କ୍ରିକେଟ ତାରକା ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାଭା ଜାଡେଜା ଉତ୍ତର ଜାମନଗରରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବାବେଳେ ହାର୍ଦ୍ଦିକ ପଟେଲ ବିରାମଗାମ ବିଧାନସଭା ଆସନରୁ ପ୍ରାର୍ଥୀ ହେବେ ।

ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଆଜି ଏହି ପ୍ରାର୍ଥୀତାଲିକା ଘୋଷଣା କରି କହିଛନ୍ତି ବିଜୟ ରୂପାନି, ନୀତିନ ପଟେଲ, ଭୂପେନ୍ଦ୍ର ଚୂଡାସାମା, ସୌରଭ
ପଟେଲ ଓ ଆର୍‍.ସି. ଫାଲଦୁଙ୍କ ଭଳି ବରିଷ୍ଠ ବିଜେପି ନେତା ଚଳିତ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ।  ଏନେଇ ସେମାନେ ଦଳକୁ ପତ୍ର ଲେଖି ଅବଗତ କରାଇଛନ୍ତି । ୨୦୧୭ ନିର୍ବାଚନରେ ବିଜୟୀ ହୋଇଥିବା ୩୮ଟି ବିଧାନସଭା ଆସନରେ ଚଳିତଥର ବିଜେପି ଏହାର ପ୍ରାର୍ଥୀ ପରିବର୍ତ୍ତନ କରିଛି ।

- Advertisement -

ଅନ୍ୟପକ୍ଷରେ ଦ୍ବିତୀୟ ପର୍ଯ୍ୟାୟ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories