www.samajalive.in
Wednesday, December 10, 2025
14.1 C
Bhubaneswar

ଜଗନ୍ନାଥ ମନ୍ଦିରରୁ ହୁଣ୍ଡି ତାଡ଼ିନେଲେ ଦୁର୍ବୃତ୍ତ, ସୁନା ଚିତା ଚୋରି

ଫୁଲବାଣୀ: ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିରରେ ଶନିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ହୁଣ୍ଡି ତାଡ଼ି ନେଇଛନ୍ତି। ଏଥିସହ ଦିଅଁଙ୍କ ମସ୍ତକରୁ ତିନି ଗୋଟି ସୁନା ଚିତା ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ, ରବିବାର ଭୋରରୁ ମନ୍ଦିର ବଡ଼ପଣ୍ଡା ପୂଜା ପାଇଁ ପହଞ୍ଚିବାବେଳେ ମୁଖ୍ୟ କବାଟ ତାଲା ଭାଙ୍ଗିଯାଇଥିବା ସହ ଦ୍ୱିତୀୟ କବାଟ ମଧ୍ୟ ଭଙ୍ଗାଯାଇଥିବା ଦେଖିଥିଲେ। ମନ୍ଦିରର ହୁଣ୍ଡି ନ ଥିବା ମଧ୍ୟ ଦେଖିଥିଲେ ପୂଜାରୀ। ଭିତରକୁ ଯିବାପରେ ତିନି ଠାକୁରଙ୍କ ମସ୍ତକରେ ଲାଗିଥିବା ସୁନା ଚିତା ଚୋରି ହୋଇଥିବା ସେ ଦେଖିଥିଲେ। ଏହାପରେ ପୂଜାରୀ ମନ୍ଦିର ପରିଚାଳନା କମିଟିକୁ ଖବର ଦେଇଥିଲେ। କମିଟି ତରଫରୁ ଟାଉନ ଥାନାରେ ଅଭିଯୋଗ କରାଯାଇଥିଲା। ଖବର ପାଇ ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଚୋରି ହୋଇଥିବା ହୁଣ୍ଡି ମନ୍ଦିର ପଛପଟେ ପଡ଼ିଥିବା ଦେଖିବାକୁ ମିଳିଥିଲା।

- Advertisement -

ସୂଚନାଯୋଗ୍ୟ, କିଛିଦିନ ତଳେ ମନ୍ଦିରରେ ନୂତନ ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ହୋଇଥିଲା। ତେଣୁ ହୁଣ୍ଡିରେ ଲକ୍ଷାଧିକ ଟଙ୍କା ଥିବା ଅନୁମାନ କରାଯାଉଥିବା ମନ୍ଦିର ପରିଚାଳନା କମିଟି ସଭାପତି ସୁନାଶୀର ମହାପାତ୍ର କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories