www.samajalive.in
Monday, December 8, 2025
14.1 C
Bhubaneswar

ଠାକୁରାଣୀ ଯାତ୍ରାର ଶୁଭଖୁଣ୍ଟି ସ୍ଥାପନ, ହଜାର ହଜାର ଭକ୍ତଙ୍କ ସମାଗମ

ଫୁଲବାଣୀ: ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଅବସରରେ ମା ନାରାୟଣୀ ଠାକୁରାଣୀଙ୍କ ଷଷ୍ଠ ବିଂଶ ତମ ଯାତ୍ରାର ଶୁଉଖୁଣ୍ଟି ସ୍ଥାପନ ପାଇଁ ସ୍ଥାନୀୟ ପେଞ୍ଜିସାହି ନିକଟସ୍ଥ ନବୀନ କଁହରଙ୍କ ବଗିଚା ଠାରେ ବୃକ୍ଷ ଛେଦନ ଉତ୍ସବ ଅନୁଷ୍ଠିତ ହୋଇଥଲା । ସଭାପତି ପି. ସୁଧାଂଶୁ ସେନାପତିଙ୍କ ନେତୃତରେ ଯାତ୍ରା ପରିଚାଳନା କମିଟିର ସମସ୍ତ କର୍ମକର୍ତାଙ୍କ ସମେତ ପୂଜକ ମାନଙ୍କ ଉପସ୍ଥିତିରେ ସମସ୍ତ ରୀତି ନୀତି ପୁଜା ପଦ୍ଧତି ପ୍ରକ୍ରିୟା ପରେ ବୃକ୍ଷ ଛେଦନ କରାଯାଇଥିଲା । ବୃକ୍ଷ ଛେଦନ ପରେ ଉକ୍ତ ଶୁଭଖୁଣ୍ଢିକୁ : ଏକ ବିରାଟ ପଟୁଆରରେ ରାମ ମନ୍ଦିର ନିକଟସ୍ଥ ଯାତ୍ରା ପଡ଼ିଆ ଠାରେ ସ୍ଥାପନ କରାଯାଇଥଲା ।

ଏହି ପୂଜା କାର୍ଯ୍ୟରେ ଯାତ୍ରା ପରିଚାଳନା କମିଟିର ସମ୍ପାଦକ ଦୁର୍ଗା ପ୍ରତ୍ସାଦ ତ୍ରିପାଠୀ କର୍ତା ଭାବରେ କାର୍ୟ୍ୟ ତୁଲାଇ ଥିଲେ । ଶୁଭ ଖୁଣ୍ଢି ଆଗମନ ବେଳେ ବାଦ୍ୟ, ନୃତ୍ୟ ବାଣ ଫୁଟାଇ ଯାତ୍ରା ପଡିଆକୁ ଅଣା ଯାଇଥଲା । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଉପଦେଷ୍ଟା ଲମ୍ବୋଦର କହଁର, ଶିବ ପ୍ରସାଦ ତ୍ରିପାଠୀ, ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି , ପୌର ଉପାଧ୍ୟକ୍ଷା ପାୟଲ ବେହେରା, ବଣିକ ସଙ୍ଘ ସଭାପତି ଅଶୋକ ପଟ୍ଟନାୟକ, ହରିଶ୍ଚନ୍ଦ୍ର ମହାରଣା, ଉପ ସଭାପତି ସୁଜିତ କୁମାର ବେହେରା, ସହ ସମ୍ପାଦକ ପାର୍ଥ ସାରଥୀ ବିଶ୍ୱାଳ, ଅରୁଣ ପଣ୍ଡା, ସୁମନ ପଟ୍ଟନାୟକ, ସୀମାଞ୍ଚଳ ପ୍ରଧାନ, ଓକିଲ ସଂଘ ସମ୍ପାଦକ କୁଞ୍ଜ ବିହାରୀ ଶତପଥୀ, ଅର୍ଥ ସମ୍ପାଦକ କାବୁଲା ସେନାପତି, କୋଷାଧ୍ୟକ୍ଷ ରମେଶ ମହାନ୍ତି, ସାଂସ୍କୃତିକ ସମ୍ପାଦକ ଭି.ଲୋକନାଥ ରାଜୁ , ସହ ସମ୍ପାଦକ ପାର୍ଥ ସାରଥୀ ବିଶ୍ୱାଳ, ଅରୁଣ ପଣ୍ଡା, ସୁମନ ପଟ୍ଟନାୟକ, ଅସିତ୍ ମହାନ୍ତି ଓ ସମସ୍ତ କାର୍ଯ୍ୟକାରୀ ସଦସ୍ୟ ସମେତ ବହୁ ପ୍ରଶାସନିକ ଅଧିକାରୀ, ବିଭିନ୍ନ ବଜାର କମିଟିର କର୍ମକର୍ତ୍ତା , ଭକ୍ତ , ସମେତ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ଥୂଲେ । ଆସନ୍ତା ମେ ୧୦ ତାରିଖ ଠାରୁ ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ପ୍ରସିଦ୍ଧ ନାରାୟଣୀ ଯାତ୍ରୀ ପାଳିତ ହେବ ବୋଲି ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories