ବ୍ରହ୍ମପୁର: ପୁଣି ବିଜେଡିରୁ ଇସ୍ତଫା ଦେଲେ ୨ଜଣ ପୂର୍ବତନ ବିଧାୟକ। ବ୍ରହ୍ମପୁରର ପୂର୍ବତନ ବିଧାୟକ ଶିବଶଙ୍କର ସାହାଣୀ ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି। ସେହିପରି ହିଞ୍ଜିଳିର ପୂର୍ବତନ ବିଧାୟକ ହରିହର ସାହୁ ମଧ୍ୟ ଦଳ ଛାଡ଼ିଛନ୍ତି। ଦଳରେ ଅଣଦେଖା କରାଯାଉଥିବା ପ୍ରତିବାଦରେ ଇସ୍ତଫା ଦେଇଥିବା କହିଛନ୍ତି। ସେମାନଙ୍କ ଇସ୍ତଫାପତ୍ର ବିଜେଡି ସୁପ୍ରିମୋଙ୍କୁ ସେମାନେ ପଠାଇଥିବା ସୂଚନା ଦେଇଛନ୍ତି। ବିଜେଡି ଛାଡ଼ିବା ପରେ ସେମାନେ କେଉଁ ଦଳରେ ଯୋଗଦେବେ ସେ ସଂକ୍ରାନ୍ତରେ କୌଣସି ଟିପ୍ପଣୀ ଦେଇନାହାନ୍ତି। ତେବେ ଉଭୟ ନେତା ବିଜେପିରେ ଯୋଗଦେବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଥବା ଜଣାପଡ଼ିଛି।
Popular Categories



