www.samajalive.in
Wednesday, December 10, 2025
16.1 C
Bhubaneswar

ମିଳୁନି ଆବାସ ଯୋଜନାରେ ଘର: ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ, ଗୁହାରି କଲେ ବି ଶୁଣୁନି ପ୍ରଶାସନ

ଫୁଲବାଣୀ: ରାଜ୍ୟ ଓ କେନ୍ଦ୍ର ସରକାର ଉପାନ୍ତ ଅଞ୍ଚଳମାନଙ୍କରେ ବସବାସ କରୁଥିବା ଗରିବ ଅସହାୟ ଲୋକମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ସେହି ଯୋଜନାଗୁଡ଼ିକ ମଧ୍ୟରେ ଆବାସ ଯୋଜନା ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଏକ ପ୍ରମୁଖ ଯୋଜନା। ଏହି ଯୋଜନା ମାଧ୍ୟମରେ ଗରିବ ଅସହାୟ ଲୋକମାନଙ୍କୁ ସରକାର ପକ୍କାଘର ଯୋଗାଇ ଦେଉଥିବା ବେଳେ ଅନେକ ଜାଗାରେ ସରକାରଙ୍କ ଏହି ଆବାସ ଯୋଜନା ଫେଲ୍ ମାରିଛି। ଏବେ ବି ଏହି ଯୋଜନାରୁ ଅନେକ ଯୋଗ୍ୟ ହିତାଧିକାରୀ ବାଦ ପଡିଛନ୍ତି। ପ୍ରଶାସନର ଅବହେଳା ଓ ସ୍ଥାନୀୟ ରାଜନେତାଙ୍କ ଆନ୍ତରିକତାର ଅଭାବ ଯୋଗୁ ଅନେକ ଜାଗାରେ ଯୋଗ୍ୟ ହିତାଧିକାରୀ ଏହି ଆବାସ ଯୋଜନାରୁ ବଞ୍ଚିତ ହେଉଥିବା ବେଳେ କିଛି ଅଞ୍ଚଳରେ ଥିଲାବାଲା ଲୋକଙ୍କୁ ଓ ଆଉ କିଛି ଜାଗାରେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଘର ଯୋଗାଇ ଦିଆଯାଇଛି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଆସିବାସୀ ବହୁଳ କନ୍ଧମାଳ ଜିଲା ଅନ୍ତର୍ଗତ ଫିରିଙ୍ଗିଆ ବ୍ଲକରେ। ବର୍ଷବର୍ଷ ଧରି ଝାଟିମାଟି ଘରେ ରହିଆସୁଥିବା ଦେଖି ମଧ୍ୟ ନ ଦେଖିଲା ଭଳି ପ୍ରଶାସନ ଗରିବ ହିତାଧିକାରୀମାନଙ୍କୁ ଅଣଦେଖା କରିଚାଲିଛି। ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ଡ଼ିମିରିଗୁଡା ପଞ୍ଚାୟତ ସାର୍କାକେତା ଗାଁର ରମେଶ କହଁର ଓ ତାଙ୍କ ପରାବାର। ରମେଶ ଅନୁସୂଚିତ ଜନଜାତି ବର୍ଗର ହୋଇଥିଲେ ମଧ୍ୟ ତାଙ୍କୁ ଏହି ଯୋଜନାରୁ ବାଦ ଦିଆଯାଇଛି। ଅନ୍ୟପଟେ ଦୀର୍ଘ ପଚିଶ ବର୍ଷରୁ ଅଧିକ ସମୟ ଧରି ଗାଁରେ ଥିବା ଏକ ଛୋଟିଆ ଚାଳଛପର ଘରେ ତାଙ୍କର ଦଶଜଣ ପରିବାର ସଦସ୍ୟଙ୍କୁ ନେଇ ରହିଆସୁଛନ୍ତି। ରମେଶ ପରିବାରର ଏକମାତ୍ର ରୋଜଗାରକ୍ଷମ ହୋଇଥିବା ବେଳେ ଗୋଟେ ପଟେ ପରିବାର ପ୍ରତିପୋଷଣର ଚିନ୍ତା। ଅନ୍ୟପଟେ ଅର୍ଥଅଭାବରୁ ଘରଖଣ୍ଡିଏ ତିଆରି କରିବା ତାଙ୍କ ପକ୍ଷେ ସମ୍ଭବ ହୋଇପାରୁନାହିଁ। ବାରମ୍ବାର ଘରଖଣ୍ଡିଏ ପାଇଁ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ଜିଲ୍ଲାପ୍ରଶାସନ ପାଖରେ ପହଞ୍ଚି ବହୁବାର ଲିଖିତ ଓ ମୌଖିକ ଭାବରେ ମଧ୍ୟ ଗୁହାରି କରିଆସୁଛନ୍ତି, କିନ୍ତୁ ପ୍ରଶାସନ ନିଦାବିଷ୍ଣୁ ଭଳି ରମେଶଙ୍କ ପରିବାରକୁ ଭୁଲିଯାଇଛି। ସେପଟେ ଏକ ଝାଟିମାଟି ଘରେ ପରିବାରର ଦଶ ଜଣ ସଦସ୍ୟଙ୍କୁ ନେଇ ବହୁକଷ୍ଟରେ ରହିଆସୁଛନ୍ତି ରମେଶ ଓ ତାଙ୍କ ପରିବାର। ତେବେ ରମେଶଙ୍କ ଏହି ସମସ୍ୟା ବିଷୟରେ ଫିରିଙ୍ଗିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରାଙ୍କୁ ପଚାରିବାରୁ ନିର୍ବାଚନ ଆଚରଣ ଵିଧି ଉଠିଲା ପରେ ତଦନ୍ତ କରାଯିବ। ହିତାଧିକାରୀ ଜଣକ ଯଦି ଯୋଗ୍ୟ ହୋଇଥିବେ ତାହେଲେ ତାଙ୍କୁ ଆବାସ ଯୋଜନାରେ ଘରଖଣ୍ଡିଏ ଦେବାପାଇଁ ତୁରନ୍ତ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

Hot this week

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

Related Articles

Popular Categories