ରାସ୍ତାରେ ପାଠ ପଢୁଛନ୍ତି ଜୋମାଟୋ ଡେଲିଭରୀ ବୟ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ଜୋମାଟୋ ଡେଲିଭରୀ ବୟ ଟ୍ରାଫିକ୍ ଜାମରେ ପାଠ ପଢୁଛନ୍ତି । ଭିଡିଓଟି ଭାଇରାଲ ହେବା ପରେ ସମସ୍ତେ ତାଙ୍କ ନିଷ୍ଠା ଏବଂ ପରିଶ୍ରମକୁ ପ୍ରଶଂସା କରୁଛନ୍ତି ।

ଭିଡିଓରେ ଦେଖାଯାଉଛି କି ଡ୍ୟୁଟିରେ ଥିବା ସମୟରେ ଜଣେ ଜୋମାଟୋ ଡେଲିଭରୀ ବୟ ଟ୍ରାଫିକ୍ ଜାମରେ ଅଛନ୍ତି । ଏହି ସମୟରେ ସେ ମୋବାଇଲରେ ଅନଲାଇନରେ ପାଠ ପଢୁଛନ୍ତି । ତେବେ ଏହି ଭିଡିଓ ଦେଖି ସମସ୍ତେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । କିଛି ଲୋକ ତାଙ୍କୁ ପ୍ରଶଂସା କରୁଥିବା ସମୟରେ ଆଉ କିଛି କହିଛନ୍ତି କି ରାସ୍ତାରେ ଏଭଳି ଅନ୍ୟ ମନସ୍କ ହେବା ଦ୍ବାରା ଦୁର୍ଘଟଣା ଘଟିପାରେ । ତେବେ ଭିଡିଓଟି ଭାଇରାଲ ହେବା ସହ ସମସ୍ତେ ଏହାକୁ ଲାଇକ୍ ଏବଂ ସେୟାର କରୁଛନ୍ତି ।

Comments are closed.