www.samajalive.in
Saturday, December 13, 2025
15.1 C
Bhubaneswar

ଅଟୋ ସହ ୩୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପୁଲିସ ପାସେଞ୍ଜର ଅଟୋ ସହ ୩୦ କେଜି ଗଞ୍ଜେଇ ଓ ୨ ଜଣ ଗଞ୍ଜେଇ ଚାଲାଣ କାରିକୁ ଗିରଫ କରିବାରେ ସଫଳ ହୋଇଛି। ସୂଚନା ଅନୁସାରେ ଫିରିଙ୍ଗିଆ ପୁଲିସ ପାଟ୍ରୋଲିଙ୍ଗ କରୁଥିବା ବେଳେ ୧ ନମ୍ବର ରାଜ୍ୟ ରାଜପଥ ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ଼ ପଞ୍ଚାୟତର ବାଲକିଡାଡି ଛକ ନିକଟରେ ଏକ ପାସେଞ୍ଜର ଅଟୋକୁ ଅଟକାଇଥିଲେ। ଗାଡିକୁ ତନଖିବା ପରେ ଗଞ୍ଜେଇ ଗାଡ଼ିରେ ଚାଲାଣ ହେଉଥିବା ଜଣା ପଡିଥିଲା। ଏହାପରେ ଅଟୋରେ ଥିବା ୨ ଜଣ ଗଞ୍ଜେଇ ଚାଲାଣ କାରିକୁ ପୁଲିସ ଧରିଥିଲା। ପରେ ଅଟୋ ଚାଲାଣ ହେଉଥିବା ଗଞ୍ଜେଇ ଏବଂ ଦୁଇ ଜଣକୁ ଥାନାକୁ ଆଣିଥିଲେ। ସେଠାରେ ଓଜନ ପରେ ଗଞ୍ଜେଇ ୩୦ କିଲୋ ଥିବା ଜଣାପଡ଼ିଥିଲା। ଏହି ଘଟଣାରେ ସମ୍ପୃକ୍ତ ଚାଲାଣ କାରି ଉଲିଙ୍ଗିଆ ଗାଁ ଭଞ୍ଜନଗର ଥାନା ଅଞ୍ଚଳ ର ନରୋତ୍ତମ ଦିଗାଲ, ଓ ସୁଜେରି ଗାଁ ଜି ଉଦୟଗିରି ଥାନା ଅଞ୍ଚଳ ର ରୁବେନ ନାୟକ କୁ ଗିରଫ କରି ଫିରିଙ୍ଗିଆ ଥାନାରେ କେଶ ନ ୧୬୭/୨୩ ରେ ଏକ ଗଞ୍ଜେଇ ଚାଲାଣ ସମ୍ପର୍କିତ ମାମଲା ରୁଜୁ କରି ଉଭୟ ଗଞ୍ଜେଇ ଚାଲାଣ କାରିକୁ କୋର୍ଟ ଚାଲାଣ କରିଥିବା ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories