www.samajalive.in
Thursday, December 11, 2025
23.1 C
Bhubaneswar

ମଣିଷକୁ ଭଲ ପାଇବା ଓ ସାହଯ୍ୟର ହାତ ବଢାଇବା ଥିଲା ପ୍ରଦୀପ ମହାରଥୀଙ୍କ ବ୍ୟକ୍ତିତ୍ୱ

ପିପିଲି:ପୂର୍ବତନ ମନ୍ତ୍ରୀ ତଥା ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀ ସମସ୍ତଙ୍କ ପାଇଁ ଥିଲେ ଦରଦୀ ବନ୍ଧୁ। ମଣିଷକୁ ଭଲ ପାଇବା ଓ ସାହଯ୍ୟର ହାତ ବଢାଇବା ଥିଲା ତାଙ୍କ ବ୍ୟକ୍ତିତ୍ୱ। ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ରାଜନିତୀରେ ପାଦ ଦେଇଥିଲେ। ସାଧାରଣ ଲୋକଙ୍କ ସ୍ୱାର୍ଥ ଓ ଅଞ୍ଚଳର ଉନ୍ନତି ପାଇଁ ସେ କାହା ସହିତ ସାଲିସ କରୁନଥିଲେ ଓ ଶେଷ ପର୍ଯ୍ୟନ୍ତ ନିଜର ଲଢେଇ ଜାରି ରଖିଥିଲେ। ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀର ଶୋଭାବର୍ଦ୍ଧନ କରିବାରେ ଶ୍ରୀମହାରଥୀଙ୍କ ଭୂମିକାକୁ ଅଞ୍ଚଳବାସୀ ସବୁବେଳେ ମନେ ରଖିବେ। ଅଞ୍ଚଳରେ ସବୁଜ ପରିବେଶ ସୃଷ୍ଟି କରିବାରେ ତାଙ୍କ ଅବଦାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି।

ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଶନିବାର ହୁଙ୍କେଇପୁର ସ୍ଥିତ ବାସଭବନରେ ଥିବା ପ୍ରତିମୂର୍ତ୍ତିରେ ବହୁ ବିଶିଷ୍ଟ ବ୍ୟକ୍ତି ମାଲ୍ୟାର୍ପଣ କରିବା ସହ ସ୍ୱର୍ଗତ ମହାରଥୀଙ୍କ ସ୍ମୃତିଚାରଣ କରିଥିଲେ। ସେଠାରେ ଦିନ ତମାମ ନାମ ସଂକୀର୍ତ୍ତନ ଓ ଭଜନ କୀର୍ତ୍ତନ ସହ ଗୋସେବା ଆଦି କାର୍ଯ୍ୟକ୍ରମ କରାଯାଇଥିଲା। ଅପରାହ୍ନରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଡ଼ଃ ପ୍ରତିଭା ମହାରଥୀ ଅଧ୍ୟକ୍ଷତା କରିଥିଲେ। ବ୍ରହ୍ମାକୁମାରୀ ଗୀତା ଭଉଣୀ, ଦମୟନ୍ତୀ ଭଉଣୀ, ଉର୍ମିଳା ଭଉଣୀ, ତିରୁ ଭଉଣୀ, ଶକୁନ୍ତଳା ଭଉଣୀ ଏବଂ ଅଲେଖ ଭାଇ ପ୍ରମୁଖ ଆଧ୍ୟାତ୍ମିକ ପ୍ରବଚନ ଦେବା ସହ ସ୍ୱର୍ଗତ ମହାରଥୀଙ୍କ ସ୍ମୃତିଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜିବୀ ଯୋଗଦେଇଥିଲେ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories