www.samajalive.in
Saturday, December 6, 2025
19.1 C
Bhubaneswar

ବାଙ୍ଗାଲୋର ଗ୍ୟାସ ଦୁର୍ଘଟଣା: ରୋଜଗାର ପାଇଁ ଯାଇଥିଲେ, ହେଲେ ଫେରିଲା ମୃତ ଦେହ; କାନ୍ଦବୋବାଳିରେ ଫାଟିଗଲା ଗାଁ

ଫୁୁଲବାଣୀ:ବାଙ୍ଗାଲୋର ଠାରେ ଗତ ମଙ୍ଗଳବାର ଘଟିଥିବା ଗ୍ୟାସ ଦୁର୍ଘଟଣାରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକର ୨ଜଣ ଯୁବତୀଙ୍କ ସମେତ କୋଟଗଡ଼ ବ୍ଲକର ଜଣେ ଯୁବକ ଓ ରାୟଗଡ଼ା ଜିଲ୍ଲାର ଜଣେ ଯୁବତୀଙ୍କୁ ମିଶାଇ ୪ଜଣଙ୍କର ଦୁଃଖଦ ମୃତ୍ୟ ଘଟିଥିଲା। ମୃତ ଶରୀର ଗୁଡ଼ିକୁ ପରିବାର ଲୋକେ ନିଜ ଗ୍ରାମକୁ ଆଣିବା ପାଇଁ ପ୍ରଶାସନର ଦ୍ୱାରସ୍ତ ହୋଇ ଜିଲ୍ଲପାଳଙ୍କୁ ଲିଖିତ ଭାବରେ ଜଣାଇଥିଲେ। ପରିବାର ଲୋକଙ୍କ ଅନୁରୋଧ କ୍ରମେ କନ୍ଧମାଳ ଜିଲ୍ଲାପାଳ ଡଃ,ବୃନ୍ଦା ଡି ରାଜ୍ୟ ଶ୍ରମ କମିଶନରଙ୍କ ସହିତ ଯୋଗାଯୋଗ କରି ବାଙ୍ଗାଲୋରରୁ ମୃତ ଦେହ ଆଣିବାର ବନ୍ଦୋବସ୍ଥ କରିଥିବା ବେଳେ ଆଜି ସକାଳ ପ୍ରାୟ ୮ଟା ସମୟରେ ଦାରିଙ୍ଗବାଡ଼ି ବ୍ଳକର ସୋନପୁର ପଞ୍ଚାତୟର ଗାହାକିଆରେ ପହଞ୍ଚିଥିଲା ଗ୍ରାମରେ ୨ ଯୁବତୀଙ୍କ ମୃତ ଶରୀର ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟିପଡ଼ିଥିଲା ସମଗ୍ର ଅଞ୍ଚଳ। ରୋଜଗାର ପାଇଁ ଯାଇଥିବା ୨ ଯୁବତୀଙ୍କ ମୃତ ଶରୀର ଗାଁରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳର ଶୋକରଛାୟା ଖେଳି ଯାଇଥିଲା। ବାଙ୍ଗାଲୋର ଠାରୁ ଏକ ସ୍ୱତନ୍ତ ଆମ୍ବୁଲାନ୍ସରେ ଦାରିଙ୍ଗବାଡ଼ି ସୋନପୁରର ମୃତ ବରଣୀ ପ୍ରଧାନ,ମମତା ପ୍ରଧାନଙ୍କର ମୃତ ଶରୀର ଗାହାକିଆରେ ଛାଡ଼ିବା ପରେ ପୁଣିଥରେ ଉକ୍ତ ଆମ୍ବୁଲେନ୍ସଟି କୋଟଗଡ଼ ବ୍ଳକ ଅନ୍ତର୍ଗତ ଶ୍ରୀରାମପୁର ପଂଚାୟତର ଶ୍ରାମ୍ବି ଗ୍ରାମର ଉଦାମ ସୁନାମାଝୀଙ୍କର ମୃତଶରୀର ନେଇ ଉକ୍ତ ପରିବାରକୁ ଦେଇଥିବାର ଜଣାଯାଇଛି।


ଆଜି ଦାରିଙ୍ଗବାଡ଼ି ପଞ୍ଚାୟତ ଅନ୍ତଗତ ସୋନପୁର ପଞ୍ଚାୟତର ଗାହାକିଆ ଗ୍ରାମରେ ମୃତ ଦେହ ପହଞ୍ଚିବା ପରେ ଖ୍ରୀଷ୍ଟିୟ ରିତିନୀତି ପ୍ରକାରେ ଗୋଟିଏ ସ୍ଥାନରେ ଉଭୟଙ୍କୁ ସମାଧି ଦିଆଯାଇଥିଲା। ଅନ୍ୟପକ୍ଷରେ ୨ ଯୁବତୀ ବାଙ୍ଗାଲୋରରେ କାମ କରି ପରିବାରର ପ୍ରତିପୋଷଣ କରୁଥିବା ବେଳେ ମୃତ୍ୟୁ ପରେ ସେମାନଙ୍କ ପରିବାରର ପ୍ରତିପୋଷଣ କରୁଥିବା ବେଳେ ମୃତ୍ୟୁ ପରେ ସେମାନଙ୍କ ପରିବାର ଲୋକେ ଏବେ ସଂପୂର୍ଣ୍ଣଭାବେ ବେସାହରା ହୋଇ ପଡ଼ିଛନ୍ତି। ଏଭଳି ସ୍ଥିତିରେ ସରକାର ଏହି ଅସହାୟ ପରିବାରକୁ ସରକାରୀ ସ୍ତରରେ ସହାୟତା କରିବା ପାଇଁ ଅଞ୍ଚଳବାସୀ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ବର୍ତ୍ତମାନ ମଧ୍ୟ ଏହି ଦୁର୍ଘଟଣାରେ ସଂପୃକ୍ତ ଗ୍ରାମର ଅଞ୍ଜଳି ପ୍ରଧାନ ନାମକ ଯୁବତୀ ବାଙ୍ଗାଲୁରରେ ଚିକିତ୍ସିତ ହେଉଥବା ପ୍ରକାଶ। ଗରୀବ ଓ ନିରୀହ ଯୁବକ ଯୁବତୀ ମାନେ ପେଟ ପାଇଁ ଦାଦନ ଖଟିବାକୁ ଯାଇଥିଲେ। ହେଲେ ରୋଜଗାରେ ପାଇଁ ଯାଇଥିବା ମୃତ ମମତା ପ୍ରଧାନଙ୍କର ଘରେ ବର୍ତ୍ତମାନ ମା ଶାନ୍ତି ପ୍ରଧାନ ଓ ତାଙ୍କ ସାନ ଭଉଣୀ ଚୁନିତା ପ୍ରଧାନ ଯିଏ ୧୦ମ ଶ୍ରେଣୀ ପରୀକ୍ଷା ଦେଇ ଘରେ ଅଛି। ମମତା ଯୁକ୍ତ ୨ ପାସ୍ ହେବା ପରେ ଅଧିକ ପାଢ ପଢିବା ପାଇଁ ଆଶା କରିଥିଲେ ମଧ୍ୟ ଅର୍ଥ ଅଭାବରୁ ସେ ଦାଦନ ଖଟିବାକୁ ବାଙ୍ଗାଲୋର ଯାଇ ସେଠାରେ ଯାହା ରୋଜଗାର କରୁଥିଲା ସେଥିରେ ସେ ଓ ତାଙ୍କ ପରିବାର ଚଳୁଥିଲା। ସେହିଭଳି ବରଣୀ ପ୍ରଧାନ ମଧ୍ୟ ରୋଜଗାରରେ ତାଙ୍କ ପରିବାର ଚଳୁଥିଲା। ଉଭୟଙ୍କ ପରିବାର ବର୍ତ୍ତମାନ ଅସହାୟ ହୋଇ ପଡ଼ିଥିବା ବେଳେ ସେହିମାନଙ୍କ ସରକାରୀ ସହାୟତା ପାଇଁ ସୋନପୁର ପଞ୍ଚାୟତର ସରପଂଚ କେଶବ ସେନ ମୁଠାମାଝୀ , ସମିତିସଭ୍ୟ ଉପେନ୍ଦ୍ର ମୁଠାମାଝୀ ଓ ମୃତକଙ୍କ ପରିବାର ଓ ସଂପର୍କୀୟ ମାନେ ନିବେଦନ କରିବା ସହିତ ମୃତ୍ୟୁ ସହିତ ଲଢୁଥିବା ଅଂଜଳୀଙ୍କୁ ମଧ୍ୟ ସରକାରୀ ସହାୟତାରେ ଚିକିତ୍ସା ପାଇଁ ନିବେଦନ କରାଯାଇଛି।

- Advertisement -

 

ବାଙ୍ଗାଲୋର ଠାରେ ରୋଜଗାର ପାଇଁ ଯାଇଥିବା କନ୍ଧମାଳ ଜିଲାର ୪ ଜଣଙ୍କ ମଧ୍ୟରୁ ଦାରିଙ୍ଗବାଡ଼ି ବ୍ଳକର ୨ ଜଣ ଯୁବତୀ ଓ କୋଟଗଡ଼ ବ୍ଳକର ଜଣେ ଯୁବକ ମୃତ୍ୟୁ ଘଟଣାରେ କନ୍ଧମାଳ ସଂସାଦ ତଥା କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡ଼.ଅଚ୍ୟୁତ ସାମନ୍ତ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି। ଏହିଅବସରରେ ସେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ କିସ୍ ଫାଉଣ୍ଡେସନ୍ ପକ୍ଷରୁ ସେମାନଙ୍କ ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ମୃତକଙ୍କ ପରିବାରକୁ ଚିଠି ଲେଖି ଜଣାଇଛନ୍ତି। ଏହା ସହ ସେମାନଙ୍କ ପରିବାରର କେହି ପିଲା କିଟ୍ ଓ କିସ୍ରେ ପାଠ ପଢିବା ପାଇଁ ଇଛୁକ ଥିଲେ ବିନା ଦେୟରେ ସେମାନଙ୍କ ଯୋଗ୍ୟତା ମୁତାବକ ପାଢ ପଢି ପାରିବେ ବୋଲି ଶ୍ରୀ ସାମନ୍ତ ସୂଚାନ ଦେଇଛନ୍ତି। ବାଙ୍ଗାଲୋର ଠାରେ ଏହି ଦୁର୍ଘଟଣା ଖବର ଜାଣିବା ପରେ ଶ୍ରୀ ସାମନ୍ତ କନ୍ଧମାଳ ଜିଲା ପ୍ରଶାସନ ଓ ବାଙ୍ଗାଲୋର ସ୍ଥିତ ଇଣ୍ଡିଆନ୍ ସୋସିଆଲ୍ ଇନଷ୍ଟିଚ୍ୟୁଟ୍ ସହ ଯୋଗାଯୋଗ କରି ସେମାନଙ୍କ ମୃତ ଶରୀରକୁ ସେମାନଙ୍କ ଗ୍ରାମକୁ ଆଣିବା ପାଇଁ ମଧ୍ୟ ପଦକ୍ଷେପ ନେଇଥିବା ବେଳେ ଯାହା ସଫଳ ହୋଇଛି ଓ ଆଜି ମୃତହେଦ ପହଞ୍ଚିପାରିଛି। ଏଥି ପାଇଁ ସେ କନ୍ଧମାଳ ଜିଲା ପ୍ରଶାସନ ଓ ବାଙ୍ଗାଲୋର ପ୍ରଶାସନକୁ ମଧ୍ୟ ସାଧୁବାଦ ଜଣାଇଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories