www.samajalive.in
Sunday, December 14, 2025
14.1 C
Bhubaneswar

ଫୁଲବାଣୀରେ ତୁଷାରପାତ

ଫୁଲବାଣୀ: ଜାଡରେ ଥରୁଛି କନ୍ଧମାଳ ଜିଲ୍ଲା । ଲଗାତର ଭାବରେ ଦୁଇ ଦିନ ହେଲା କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଓ ଫୁଲବାଣୀ ଅଂଚଳରେ ତୁଷାରପାତ ଦେଖିବାକୁ ମିଳୁଛି । ଦାରିଙ୍ଗବାଡ଼ି ଅଞ୍ଚଳରେ ତୁଷାରପାତ ହୋଇଥିବା ବେଳେ, ଫୁଲବାଣୀର ରୁଜାଙ୍ଗି ଅଞ୍ଚଳରେ ଆଜି ତୁଷାର ପାତ ହୋଇଛି। ଆଜି ଫୁଲବାଣୀରେ ୪ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଦାରିଙ୍ଗବାଡିରେ ୩.୫ ଡିଗ୍ରୀ ତାପମାତ୍ରା ରହିଛି । ଗତକାଲି ଫୁଲବାଣୀରେ ତାପମାତ୍ରା ୬.୫ ଡିଗ୍ରୀ ଓ ଦାରିଙ୍ଗବାଡିରେ ୪ ଡିଗ୍ରୀ ତାପମାତ୍ରା ଥିଲା । ସକାଳ ୯ଟା ପର୍ୟ୍ୟନ୍ତ କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ଆହୁରି ଦୁଇରୁ ତିନି ଦିନ ଶୀତର ପ୍ରକୋପ ଜାରି ରହିବ। ଗ୍ରାମାଞ୍ଚଳରେ ସାଧରଣ ଲୋକ ଶୀତ ରେ ଅସ୍ତବ୍ୟସ୍ତ ହୋଇଗଲେଣି । ଗ୍ରାମାଞ୍ଚଳରେ ଗ୍ରାମବାସୀ ନିଆଁର ସାହାରା ନେବା ସହ ନିଜ ପେଟପାଟଣା ପାଇଁ ବାହାରକୁ ଯାଇପାରୁନାହାନ୍ତି ।

Hot this week

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

Related Articles

Popular Categories