www.samajalive.in
Monday, December 8, 2025
24.1 C
Bhubaneswar

ଖାଉଟି ଅଦାଲତର ନିର୍ଦେଶ : ୪୦ ହଜାର ଟଙ୍କା ଗଣିବ ଡାକ ବିଭାଗ

ଫୁଲବାଣୀ :ଡାକ ବିଭାଗକୁ ପଡ଼ିଛି ମହଙ୍ଗା। ଡାକ ବିଭାଗ ଗ୍ରାହକଙ୍କୁ ଏକାଥରକେ ଗଣିବ ଏବେ ୪୦,୦୦୦ ଟଙ୍କା । ଡାକ ବିଭାଗ ସେବା ଯୋଗାଇବା ନାଁରେ ଅବହେଳା କରି ଗ୍ରାହକଙ୍କୁ ଠକିଥିବା ନେଇ ଏକ ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁସାରେ, କନ୍ଧମାଳ ଜିଲାର ଦାରିଙ୍ଗବାଡି ଡାକ ବିଭାଗର ପୋଷ୍ଟ ମାଷ୍ଟର ସ୍ଥାନୀୟ ଅଞ୍ଚଳର ସାମ୍ବାଦିକ ପ୍ରିୟବ୍ରତ ସାହୁଙ୍କୁ ସେବା ଯୋଗାଇବାରେ ଅବହେଳା କରି ତାଙ୍କ ମନି ଅର୍ଡର (ଇଲେକ୍ଟ୍ରୋନିକ୍ ମନି ଅର୍ଡର) ଟଙ୍କାକୁ ହଡ଼ପ କରିଥିଲେ।  ଏନେଇ ସାମ୍ବାଦିକ ଜଣକ କନ୍ଧମାଳ ଜିଲା ଖାଉଟି ପରାମର୍ଶ କେନ୍ଦ୍ରର ଦ୍ୱାରସ୍ତ ହୋଇ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଉକ୍ତ ଘଟଣାର ଶୁଣାଣି କରି ଜିଲା ଖାଉଟି ପରାମର୍ଶ କେନ୍ଦ୍ରର ସଭାପତି ପୂର୍ଣ୍ଣାଚନ୍ଦ୍ର ମିଶ୍ର ଡାକ ବିଭାଗକୁ ନିର୍ଦେଶ ଦେଇଛନ୍ତି ଯେ ୩୦ ଦିନ ମଧ୍ୟରେ ୪୦, ୦୦୦ ଟଙ୍କା ଅଭିଯୋଗକାରୀ ପ୍ରିୟବ୍ରତ ସାହୁଙ୍କୁ କ୍ଷତିପୂରଣ ବାବଦକୁ ପ୍ରଦାନ କର। ଏଥିରେ ୩୦, ୦୦୦ ଟଙ୍କା କେବଳ କ୍ଷତିପୂରଣ ବାବଦକୁ ଟଙ୍କା ହୋଇଥିବା ବେଳେ ବାକି ୧୦,୦୦୦ ଟଙ୍କା ମକଦ୍ଦମା ବାବଦକୁ ପ୍ରଦାନ କରିବାକୁ କୁହାଯାଇଛି। ଆଉ ଏହି ଅର୍ଥ ପ୍ରଦାନ କରିବାରେ ଅବହେଳା କରିଲେ କ୍ଷତିପୂରଣ ଅର୍ଥର ଶତକଡା ୧୨ ପ୍ରତିଶତ ସୁଧ ଡାକ ବିଭାଗକୁ ପରବର୍ତ୍ତୀ ସମୟରେ ବହନ କରିବାକୁ ପଡ଼ିବ ବୋଲି ମାନ୍ୟବର ଜିଲା ଖାଉଟି ପରାମର୍ଶ କେନ୍ଦ୍ରର ସଭାପତି ନିର୍ଦେଶ ଦେଇଛନ୍ତି। ସୂଚନା ମୁତାବକ ସୂଚନା ଅଧିକାର ଆଇନ ବଳରେ ସାମ୍ବାଦିକ ପ୍ରିୟବ୍ରତ ସାହୁ ଦାରିଙ୍ଗବାଡି ଥାନାକୁ କିଛି ସୂଚନା ମାଗିଥିଲେ। ଆଉ ଏ ବାବଦକୁ ୪୭୦ ଟଙ୍କା ଜମା କରିବାକୁ ଥାନା ପକ୍ଷରୁ କୁହାଯାଇଥିଲା। ଯେଉଁଥି ପାଇଁ ଗତ ୧୮.୦୪.୨୦୨୨ ରେ ପ୍ରିୟବ୍ରତ ସାହୁ ଭୁବନେଶ୍ୱର ଅଶୋକ ନଗର ପୋଷ୍ଟ ଅଫିସରେ ଦାରିଙ୍ଗବାଡି ଥାନାକୁ ୪୭୦ ଟଙ୍କାର ମନି ଅର୍ଡର କରିଥିଲେ। ୧୯.୦୪.୨୦୨୨ରେ ଉକ୍ତ ଟଙ୍କା ଦାରିଙ୍ଗବାଡି ପୋଷ୍ଟ ଅଫିସ ଗ୍ରହଣ କରିଥିଲା। ହେଲେ ପୋଷ୍ଟ ମାଷ୍ଟର ଜଣକ ପ୍ରିୟବ୍ରତ ସାହୁଙ୍କୁ ଟଙ୍କାଟିକୁ ନିଜ ପାଖରେ ରଖିଦେଇଥିଲେ। ଫଳରେ ଦୀର୍ଘ ଦିନ ଧରି ଟଙ୍କା ଖର୍ଚ୍ଚ କରି ମଧ୍ୟ ସୂଚନା ପାଇବାରୁ ବଞ୍ଚିତ ରହିଥିଲେ ପ୍ରିୟବ୍ରତ । ଆଉ ଡାକ ବିଭାଗକୁ ଏନେଇ ପ୍ରିୟବ୍ରତ ଏକ ଲିଖିତ ଅଭିଯୋଗ କରିଥିଲେ । ଏହା ପରେ ଡାକ ବିଭାଗ ଏକ ମାସ ପରେ ତରବରିଆ ହୋଇ ୨୦.୦୫.୨୦୨୨ ରେ ପ୍ରିୟବ୍ରତ ସାହୁଙ୍କୁ ୪୭୦ଟଙ୍କା ଫେରସ୍ତ କରି କହିଥିଲା ଯେ ଦାରିଙ୍ଗବାଡି ଥାନା ଅଧିକାରୀ ଏହି ଟଙ୍କାକୁ ଗ୍ରହଣ କରୁନାହାନ୍ତି। ତେଣୁ ଆପଣଙ୍କୁ ଏହି ଟଙ୍କା ଫେରସ୍ତ କରାଗଲା। ଏନେଇ ପ୍ରିୟବ୍ରତ ସାହୁ ନ୍ୟାୟ ଆଶାରେ ଜିଲା ଖାଉଟି ପରାମର୍ଶ କେନ୍ଦ୍ରର ଦ୍ୱାରାସ୍ତ ହୋଇଥିଲେ। ଜିଲା ଖାଉଟି ପରାମର୍ଶ କେନ୍ଦ୍ରର ନିର୍ଦେଶକୁ ନେଇ ଡାକ ବିଭାଗ କେବେ ପ୍ରିୟବ୍ରତ ସାହୁଙ୍କୁ କ୍ଷତିପୂରଣ ଟଙ୍କା ପ୍ରଦାନ କରୁଛି ତାହା ଏବେ ଦେଖିବାକୁ ବାକି ରହିଲା।

 

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories