www.samajalive.in
Saturday, December 6, 2025
19.1 C
Bhubaneswar

ରୁଷ୍ କରୋନା ଟୀକା ପରୀକ୍ଷା ନିଜ ଦେହ​‌ରେ କରାଇବାକୁ ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ ପ୍ରସ୍ତାବ

ମାନିଲା: ଫିଲପାଇନ୍ସ ରାଷ୍ଟ୍ରପତି ରୋଡ଼୍ରିଗୋ ଡ଼ୁଟେର୍ଟ କରୋନା ଟୀକା ପ୍ରସ୍ତୁତିରେ ରୁଷର ଅଗ୍ରଗତିକୁ ବେଶ୍ ପ୍ରଶଂସା କରିଛନ୍ତି । ଏପରିକି ସେ ଟୀକା ପରୀକ୍ଷଣରେ ସାମିଲ ହେବାକୁ ପ୍ରସ୍ତାବ ଦେବା ସହ ତାଙ୍କ ଦେହରେ ରୁଷୀୟ କରୋନା ଟୀକା ପରୀକ୍ଷା କରିବାକୁ ସ୍ବାଗତ କରିବେ ବୋଲି କହିଛନ୍ତି ।

ରଏଟର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରୁଷ ଫିଲିପାଇନ୍ସକୁ କରୋନା ଟୀକା ଯୋଗାଇବ ବୋଲି ପ୍ରତିଶ୍ରୁତି ଦେଇଛି । ଏହି ମାସରେ ଟୀକାକୁ ମଞ୍ଜୁରୀ ମିଳିବା ପରେ ରୁଷ ଏହାର ଉତ୍ପାଦନ ଆରମ୍ଭ କରିବ । ଏପରିକି ଫିଲିପାଇନ୍ସରେ ମଧ୍ୟ କରୋନା ଟୀକା ରୁଷ ଉତ୍ପାଦନ କରିବାର ସମ୍ଭାବନା ରହିଛି । ଫିଲିପାଇନ୍ସ​‌ରେ ପ୍ରାୟ ୧.୩୬ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇଛନ୍ତି ।

- Advertisement -

ଡ଼ୁଟେର୍ଟ କହିଛନ୍ତି ଯେ ରୁଷର ଗବେଷଣା ଉପରେ ତାଙ୍କର ଓ ତାଙ୍କ ଦେଶର ପୁରା ଭରସା ରହିଛି । ଏପରିକି ରୁଷର ଏହି ଟୀକା ପ୍ରଥମ ପ୍ରୟୋଗ ତାଙ୍କ ଉପରେ କରାଯାଉ ବୋଲି ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି । ଅନ୍ୟପକ୍ଷରେ ଫିଲିପାଇନ୍ସ ଏହି ପ୍ରସଙ୍ଗରେ ରୁଷ ସହ ଠିଆ ହୋଇଛି ବୋଲି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ଅନ୍ୟପକ୍ଷରେ ରୁଷ ପ୍ରସ୍ତୁତ ଟୀକାକୁ ନେଇ ଚିନ୍ତାବ୍ୟକ୍ତ କରିଛି ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ । ତରବରିଆ ଭାବରେ ପ୍ରସ୍ତୁତ ଟୀକାକୁ ନେଇ ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ସନ୍ଦେହ ବ୍ୟକ୍ତ କରିବା ସହ ଏହା ସ୍ବାସ୍ଥ୍ୟ ସୁରକ୍ଷା ପ୍ରତି ଯେପରି ବିପଦ ନ ହୁଏ ସେଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛି ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories