www.samajalive.in
Friday, December 12, 2025
27.1 C
Bhubaneswar

ରାଜନୈତିକ ଦଳ ପାଇଁ ସତର୍କ ଘଣ୍ଟି : ମହାରାଷ୍ଟ୍ରରେ ୭.୪୨ଲକ୍ଷ ଭୋଟ ନୋଟାରେ

ମୁମ୍ବଇ : ମହାରାଷ୍ଟ୍ରରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ସବୁ ରାଜନୈତିକ ଦଳ ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଛି। କାରଣ ନୋଟା (NOTA)ରେ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଇଭିଏମରେ ମତଦାତାଙ୍କ ପାଇଁ ଏକ ବିକଳ୍ପ ରହିଛି ଯାହା ହେଉଛି ଉପରୋକ୍ତ ମାନଙ୍କ ମଧ୍ୟରୁ କେହି ନୁହେଁ। ଯାହା ଏବେ ରାଜନୈତିକ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ଭାରତ ଭଳି ବିଶାଳ ଗଣତାନ୍ତ୍ରିକ ରାଷ୍ଟ୍ରରେ ମତଦାତା ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁ ଥିବାବେଳେ ଏବେ ଭୋଟର ଭଲ ରାଜନେତା ଖୋଜୁଛନ୍ତି । ମହାରାଷ୍ଟ୍ରରେ ନୋଟାରେ ଭୋଟ୍‍ ଦେଇଥିବା ଭୋଟରମାନଙ୍କ ପ୍ରତିଶତ ୧.୩୫ ହୋଇଥିବା ବେଳେ ହରିୟାଣାରେ ୦.୫୨ ପ୍ରତିଶତ ରହିଛି ।

ମହାରାଷ୍ଟ୍ରରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଏଥର ନୋଟାରେ ଅଧିକ ଭୋଟ୍‍ ପଡିଛି। ୨୦୧୪ ତୁଳନାରେ ଏଥର ନୋଟା ଭୋଟରମାନଙ୍କ ସଂଖ୍ୟା  ବୃଦ୍ଧି ପାଇଛି । ଚଳିତ ନିର୍ବାଚନରେ  ୭ଲକ୍ଷ ୪୨ହଜାର ୧୩୪ ଜଣ ଭୋଟର ନୋଟାରେ ଭୋଟ୍‍ ଦେଇଛନ୍ତି। ତେବେ ୨୦୧୪ରେ ରାଜ୍ୟର ୪ ଲକ୍ଷ ୬୦ହଜାର ୭୪୧ ଜଣ ଭୋଟର ନୋଟା ଦେଇ ଥିଲେ। ଫଳତଃ
ନୋଟାରେ ଭୋଟ୍‍ ଦେଇଥିବା ଭୋଟରମାନଙ୍କ ପ୍ରତିଶତ ଶତକଡ଼ା ୦.୯୧ ଭାଗରୁ ଶତକଡ଼ା ୧.୩୫ ଭାଗକୁ ବୃଦ୍ଧି ପାଇଛି । ୨୦୧୪ ନିର୍ବାଚନରେ ପ୍ରଥମ କରି ମହାରାଷ୍ଟ୍ରରେ ନୋଟା ବିକଳ୍ପର ଆରମ୍ଭ କରାଯାଇଥିଲା। ତେବେ ନୋଟା ବିକଳ୍ପ ନିର୍ବାଚନ ଫଳାଫଳ ଉପରେ କୌଣସି ପ୍ରଭାବ ପକାଇ ପାରିନଥାଏ । କିନ୍ତୁ ନୋଟାରେ ଅଧିକ ଭୋଟ ପଡିବାରୁ ଅନେକ ବିଜୟୀ ପ୍ରାର୍ଥୀଙ୍କ ବିଜୟ ବ୍ୟବଧାନ ହ୍ରାସ ପାଇଛି।

- Advertisement -

ଅନ୍ୟପକ୍ଷରେ ହରିୟାଣା ବିଧାନସଭା ନିର୍ବାଚନରେ ମୋଟ ୫୬,୬୭୨ଟି ଭୋଟ ନୋଟାରେ ପଡିଛି। ଯାହାକି ମୋଟ ମତଦାନର ୦.୫୨ ପ୍ରତିଶତ । ଓଡ଼ିଶାର ବିଜେପୁର ଉପ ନିର୍ବାଚନରେ ମଧ୍ୟ ନୋଟାର ପ୍ରଭାବ ଦେଖିବାକୁ ମିଳିଛି। ଏଠାରେ ମୋଟ ୧୯୮୨ଟି ଭୋଟ ନୋଟାରେ ପଡିଛି।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ଏ ସଂକ୍ରାନ୍ତରେ ଏକ ରାୟ ଦେଇ କହିଥିଲେ, ନକାରାତ୍ମକ ଭୋଟିଂ ନିର୍ବାଚନଗୁଡ଼ିକରେ ବ୍ୟବସ୍ଥାଗତ ପରିବର୍ତ୍ତନ ଆଣିବ ଓ ରାଜନୈତିକ ଦଳମାନେ ବାଧ୍ୟ ହୋଇ ଭଲ ଭଲ ପ୍ରାର୍ଥୀମାନଙ୍କୁ ଛିଡ଼ା କରାଇବେ।

 

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories