www.samajalive.in
Saturday, December 13, 2025
21.1 C
Bhubaneswar

ଦେଖନ୍ତୁ ଭିଡିଓ: ରାସ୍ତା ଜାମ ରହିବାରୁ ରେଳ ଟ୍ରାକରେ ଚାଲିଲା ଗାଡ଼ିମୋଟର

ସମାଜ ଡିଜିଟାଲ ଡେସ୍କ: ଅଜବ କାରନାମା ପାଇଁ ମଧ୍ୟପ୍ରଦେଶ ସବୁବେଳେ ଚର୍ଚ୍ଚାରେ ରହିଆସେ। ଏମିତି ପୁଣି ଏକ କାରନାମା ଦେଖବାକୁ ମିଳିଛି ଏଠାରେ। ରାସ୍ତା ଜାମ ହେବାରୁ ଲୋକେ ରେଳ ଟ୍ରାକରେ ଗାଡ଼ିମୋଟର ଧରି ଯିବା ଆସିବା କଲେ। ଏହି ଘଟଣାର ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁସାରେ, ବିଦ୍ୟୁତ  ସମସ୍ୟାରେ ଘାଣ୍ଟି ହେଉଥିବା ଆଦିବାସୀମାନେ ବିଦ୍ୟୁତ ବିଭାଗ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଶ୍ୟୋପୁର-ମାଧୋପୁର ଜାତୀୟ ରାଜପଥର ସଲାପୁରା ପୁଲିଆ ନିକଟରେ ରାସ୍ତାରୋକୋ କରିଥିଲେ। ରାସ୍ତା ଜାମ ରହିବାରୁ ଯାତାବାୟା ବନ୍ଦ ହୋଇଯାଇଥିଲା। ଯାହାଫଳରେ ଲୋକମାନେ ତୁରନ୍ତ ରେଳ ଟ୍ରାକକୁ ବିକଳ୍ପ ରାସ୍ତା ଭାବେ ବ୍ୟବହାର କରିଥିଲେ। ପ୍ରଥମେ ନ୍ୟାରୋଗେଜ୍‌ ପୋଲରେ ଯାଇଥିବା ରେଳ ଟ୍ରାକରେ ଜଣେ ଯୁବକ ବାଇକ ଧରି ଯିବା ଆରମ୍ଭ କରିଥିଲେ। ଏହା ପରେ ପରେ ଅନ୍ୟ ଲୋକମାନେ ବି ରେଳ ଟ୍ରାକରେ ଗାଡ଼ିମୋଟର ଚଳାଇ ଯାଉଥିବା ଦେଖିବାକୁ ମିଳିଥିଲା।

- Advertisement -

ତେବେ ରେଳ ଟ୍ରାକ ତଳେ ଚମ୍ବଲ ନଦୀ ପ୍ରବାହିତ ହେଉଛି। ସାମାନ୍ୟ ଅଣଦେଖାରୁ ଲୋକେ ତଳେ ଖସିପଡ଼ିବା ଆଶଙ୍କା ଥିଲେ ହେଁ ଲୋକେ ତାହାକୁ ଭୃକ୍ଷେପ କରି ନ ଥିଲେ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories