www.samajalive.in
Saturday, December 6, 2025
16.1 C
Bhubaneswar

ମୋହନା ବ୍ଳକର ୫୩୫ଟି କେନ୍ଦ୍ରରେ ଶାନ୍ତିପୂର୍ଣ୍ଣ ମତଦାନ

ମୋହନା :  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକରେ ମୋଟାମୋଟି ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ ହୋଇଛି । ବ୍ଳକର ୩ଟି ଜିଲ୍ଲା ପରିଷଦ ଜୋନ୍ ସମେତ ସରପଞ୍ଚ, ସମିତି ସଭ୍ୟ ଓ ୱ।ର୍ଡ ସଭ୍ୟ-ସଭ୍ୟା ପାଇଁ ମତଦାନ ପ୍ରକ୍ରିୟା ଶେଷ ହୋଇଛି । ବ୍ଳକର ୩୯ଟି ଗ୍ରାମପଞ୍ଚାୟତର ୫୩୫ ବୁଥରେ ମତଦାନ ହୋଇଥିଲା ଓ ପ୍ରାୟ ୬୫ ଶତକଡା ମତଦାନ ହୋଇଥିବା ଜଣାପଡିଛି ।  ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଓ ବ୍ଲକବାସୀଙ୍କ  ସହଯୋଗ ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଲିଙ୍ଗରାଜ ପଣ୍ଡା ଧନ୍ୟବାଦ ଜ୍ଞାପନ କରିଛନ୍ତି।
ଅପରପକ୍ଷେ ମୋହନା ଗ୍ରାମପଞ୍ଚାୟତ ଅଧିନ ଧନୁପଙ୍କ ଗ୍ରାମରେ କୌଣସି ଭୋଟରଙ୍କ ନାମ ତାଲିକାରେ ନଥିବାରୁ ପ୍ରତିବାଦରେ ଗ୍ରାମରେ ଥିବା ମତଦାନ କେନ୍ଦ୍ରକୁ ପଡୋଶୀ ଗ୍ରାମ ଗୁଣ୍ଡ୍ରିଗୁଡା ଓ ବାଢେଇପୁର ଭୋଟରଙ୍କୁ ଛାଡିନଥିଲେ। ଫଳରେ ୪ଘଣ୍ଟା ଧରି ମତଦାନ ବନ୍ଦ ରହିଥିଲା। ଖବର ପାଇ ମୋହନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଭୋଟର ମତଦାନ କରିଥିଲେ। ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ସକାଶେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ୪ଜଣ ଏସଡିପିଓ, ମୋହନା ଓ ଅଡବା ଥାନା ଅଧିକାରୀ, ୧୦ ବାଇକ ପାଟ୍ରୋଲିଙ୍ଗ, ୨୫ ଭ୍ରାମ୍ୟମାଣ ଦଳ, ୬ଶହ ଓ ଫୋର୍ସ ନିୟୋଜିତ ଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories