www.samajalive.in
Friday, December 12, 2025
19.1 C
Bhubaneswar

ଅହମ୍ମଦ ପଟେଲଙ୍କ ବିୟୋଗରେ ପିସିସି ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର :  ବରିଷ୍ଠ କଂଗ୍ରେସ ନେତା, ଅଖିଳ ଭାରତ କଂଗ୍ରେସ କମିଟିର କୋଷାଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଅହମ୍ମଦ ପଟେଲଙ୍କ ବିୟୋଗରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ଅଖିଳ ଭାରତ କଂଗ୍ରେସ କମିଟି ନିର୍ଦ୍ଦେଶକ୍ରମେ ସମସ୍ତ ଜିଲ୍ଲା କଂଗ୍ରେସ କମିଟି ଓ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟରେ ଦଳୀୟ ପତାକାକୁ ୩ ଦିନି ନିମନ୍ତେ ଅର୍ଦ୍ଧନମିତ କରାଯାଇଛି।

ଏହି ଉପଲକ୍ଷେ ବୁଧବାର ଅପରାହ୍ନରେ ଏକ ସ୍ମୃତିସଭା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ, କଂଗ୍ରେସ ଭବନ ଠାରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସ୍ୱର୍ଗତ ପଟେଲଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ସ୍ୱର୍ଗତ ଆତ୍ମାର ସଦ୍‍ଗତି ନିମନ୍ତେ ଦୁଇ ମିନିଟ୍‍ ନୀରବ ପ୍ରାର୍ଥନା କରାଯାଇଥିଲା। ଶ୍ରଦ୍ଧାଞ୍ଜଳି ଜଣାଇ ଶ୍ରୀ ପଟ୍ଟନାୟକ କହିଲେ ଯେ ଅହମ୍ମଦ ପଟେଲଙ୍କର ମୃତ୍ୟୁ କଂଗ୍ରେସ ଦଳ ପାଇଁ ଏକ ଅପୂରଣୀୟ କ୍ଷତି। ସେ ଦୀର୍ଘ ୪୦ ବର୍ଷ ଧରି କଂଗ୍ରେସର ଶକ୍ତି ବୃଦ୍ଧିରେ ଦିଗ୍‍ଦର୍ଶନ ଦେଇ ଆସୁଥିଲେ। ଦଳର ବିଭିନ୍ନ ସାଂଗଠନିକ ସମସ୍ୟା ସମୟରେ ସେ ଏହାର ସମାଧାନର ସୂତ୍ର ବାହାର କରିବାରେ ସିଦ୍ଧହସ୍ତ ଥିଲେ। ସ୍ୱର୍ଗତ ପଟେଲ ଦୀର୍ଘ ୪୦ ବର୍ଷର ରାଜନୈତିକ ଜୀବନରେ ୧୯୭୭ ମସିହା ଠାରୁ ୧୯୮୯ ମସିହା ପର୍ଯ୍ୟନ୍ତ ଲୋକସଭାରେ ୩ ଥର ସାଂସଦ ଥିଲେ। ୧୯୯୩ ମସିହା ଠାରୁ ୨୦୨୦ ମସିହା ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଭାବେ ଗୁରୁ ଦାୟିତ୍ୱ ତୁଲାଇଥିଲେ। ସେ ମଧ୍ୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କର ରାଜନୈତିକ ସଚିବ ଥିଲେ। କଂଗ୍ରେସ ସଂଗଠନକୁ କିଭଳି ସୁଦୃଢ଼ କରାଯିବ ସେଥିପାଇଁ ସେ ସବୁବେଳେ ଚେଷ୍ଟିତ ଓ ଚିନ୍ତିତ ଥିଲେ।

- Advertisement -

ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଂଟିଆ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, କଂଗ୍ରେସ ନେତା ସର୍ବଶ୍ରୀ ଶିବାନନ୍ଦ ରାୟ, ବିପିନ୍‍ ଦାସ, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଶ୍ୱଜିତ୍‍ ଦାସ, ରଶ୍ମି ମହାପାତ୍ର, ମନୋରଞ୍ଜନ ଦାଶ, ହଳଧର ସେଠୀ, ରଜନୀ ମହାନ୍ତି, ଶ୍ରୀନାଥ ମିଶ୍ର, ଚିନ୍ମୟ ସୁନ୍ଦର ଦାସ, ଶୈଳେନ୍ଦୁ ମଜୁମଦାର, ମୋହନ ଜେନା, ବିଶ୍ୱଭୂଷଣ ଦାସ, ଦୀପକ ମହାପାତ୍ର, ସୁଶାନ୍ତ ତ୍ରିପାଠୀ, ସୂର୍ଯ୍ୟନାରାୟଣ ପଣ୍ଡା, ରାଜୀବ ପଟ୍ଟନାୟକ, ଉମାଶଙ୍କର ସାହୁ, ଖଗେଶ୍ୱର ମଲ୍ଲିକ, ଏମ୍‍.ଡି ଶାହାଦୁଲ୍ଲା, ମନୋଜ ସାହୁ, କହ୍ନେଇ ସେଠୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories