www.samajalive.in
Saturday, December 13, 2025
26.1 C
Bhubaneswar

ପାଶ୍ଚାତ୍ୟ କ୍ରିକେଟ ଜଗତ ଉପରେ ରମିଜ ରାଜାଙ୍କ ବିଷୋଦ୍‍ଗାର

ଇସଲାମାବାଦ: ପାକିସ୍ତାନରେ ସୁରକ୍ଷା କାରଣ ଦୃଷ୍ଟିରୁ ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ମ୍ୟାଚ ଆରମ୍ଭର ଅଧଘଣ୍ଟାଏ ପୂର୍ବରୁ ଦେଶ ଛାଡିବାକୁ ନିଷ୍ପତ୍ତି ନେବା ଏବଂ ସଂପ୍ରତି ଇଂଲଣ୍ଡ କ୍ରିକେଟ ଦଳ ଅନୁରୂପ କାରଣ ଦର୍ଶାଇ ତାହାର ପାକିସ୍ତାନ ଗସ୍ତକୁ ବାତିଲ କରିବା ଘଟଣାରେ ପାଶ୍ଚାତ୍ୟ କ୍ରିକେଟ ଜଗତ ଉପରେ ଭୀଷଣ ଭାବରେ କ୍ଷୁବ୍ଧ ହୋଇଛି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)। ପିସିବିର ମୁଖ୍ୟ ରମିଜ ରାଜା ପାଶ୍ଚାତ୍ୟ କ୍ରିକେଟ ଜଗତ ପ୍ରତି ବିଷୋଦ୍‍ଗାର କରିଛନ୍ତି। ରବିବାର ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ଇସିବି) ତାହାର ପୁରୁଷ ଓ ମହିଳା କ୍ରିକେଟ ଦଳର ପାକିସ୍ତାନ ଗସ୍ତ ବାତିଲ ବିଷୟ ଘୋଷଣା କରିବା ପରେ ଏହା ପାକିସ୍ତାନ କ୍ରିକେଟ ଜଗତ ପ୍ରତି ଶକ୍ତ ଧକ୍କା ପହଞ୍ଚାଇଛି। ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ପଦାଙ୍କ ଅନୁସରଣ କରି ଇସିବି ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ରମିଜ ରାଜା।
ଏହାକୁ ଅତିମାତ୍ରାରେ କ୍ଷୁବ୍ଧ ହୋଇଥିବା ରାଜା କହିଛନ୍ତି ଯେ ନ୍ୟୁଜିଲାଣ୍ଡ କିମ୍ବା ଇଂଲଣ୍ଡର କ୍ରିକେଟ ଦଳର ସୁରକ୍ଷା ପ୍ରତି କିଛି ବିପଦ ଆଶଙ୍କା ନଥିଲା। ଏହାସତ୍ୱେ ସେମାନେ ସୁରକ୍ଷା କାରଣ ଦର୍ଶାଇ ଗସ୍ତ ବାତିଲ କରିଦେଲେ। ବିଶେଷକରି ଇଂଲଣ୍ଡ ଦଳର ଗସ୍ତ ବାତିଲକୁ ନେଇ ସେ ଅତିମାତ୍ରାରେ ହତୋତ୍ସାହିତ ହୋଇପଡିଛନ୍ତି। ଦୁର୍ଭାଗ୍ୟକୁ ସମସ୍ତ ପାଶ୍ଚାତ୍ୟ ରାଷ୍ଟ୍ର ଏକଜୁଟ ହୋଇଯାଇଛନ୍ତି ଏବଂ ସୁରକ୍ଷା କାରଣ ଦର୍ଶାଇ ପରସ୍ପରକୁ ସମର୍ଥନ କରୁଛନ୍ତି। ରମିଜ କହିଛନ୍ତି, ଏହି ଦଳଗୁଡିକର ଅନୁରୋଧ ରକ୍ଷାକରି ପାକିସ୍ତାନ କ୍ରିକେଟ ବୋର୍ଡ ଆବଶ୍ୟକତା ଠାରୁ ଅଧିକ ଉଦ୍ୟମ କରି ସେମାନଙ୍କୁ ଖେଳିବାକୁ ଆମନ୍ତ୍ରଣ କରିଥିଲା। କିନ୍ତୁ ପ୍ରତିବଦଳରେ ସେମାନେ ଗସ୍ତ ବାତିଲ କରିଛନ୍ତି। ଏହା ପାକିସ୍ତାନ କ୍ରିକେଟ ବୋର୍ଡ ପାଇଁ ଏକ ଶିକ୍ଷା ହୋଇଛି। ସେ କହିଛନ୍ତି ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଅଥବା ଅଷ୍ଟ୍ରେଲିଆ ଦଳ ହୁଅନ୍ତୁ, ସମସ୍ତେ ପରସ୍ପରକୁ ସମର୍ଥନ କରୁଛନ୍ତି। ଏବେ ୱେଷ୍ଟଇଣ୍ଡିଜ ମଧ୍ୟ ତାହାର ଗସ୍ତ ବାତିଲ କରିବା ଆଶଙ୍କା ସୃଷ୍ଟି ହୋଇଛି। ତେବେ ପାକିସ୍ତାନରେ କ୍ରିକେଟ ଅଟକିଯିବ ନାହିଁ ଏବଂ ବିଶ୍ୱ କ୍ରିକେଟ ଜଗତ ଯଦି ଜଣେ ଅନ୍ୟର ଯତ୍ନ ନନିଏ ତେବେ ଆଉ କିଛି କରାଯାଇପାରିବ ନାହିଁ। ପାକିସ୍ତାନକୁ ନିଜର କ୍ରିକେଟ ଅର୍ଥନୀତିରେ ଉନ୍ନତି ଘଟାଇବାକୁ ଏବଂ ଏହା ପରିବ୍ୟାପ୍ତ କରିବାକୁ ହେବ, ଯଦ୍ଦ୍ୱାରା ଏହି ରାଷ୍ଟ୍ରଗୁଡିକ ପାକିସ୍ତାନ ସହିତ ଖେଳିବାକୁ ଆଗ୍ରହ ପ୍ରକାଶ କରିବେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories