www.samajalive.in
Thursday, December 11, 2025
16.1 C
Bhubaneswar

ଉପମୁଖ୍ୟ ମନ୍ତ୍ରୀଙ୍କ ଦ୍ଵାରା ଅଙ୍ଗନବାଡ଼ି କର୍ମୀ ପୁରସ୍କୃତ

ପାତ୍ରପୁର: କିଟ କ୍ୟାମ୍ପସ ୫ ଠାରେ  ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ୧୪ତମ ପ୍ରତିଷ୍ଠା ଦିବସ ପାଳନ ଅବସର ରେ  ପାତ୍ରପୁର ବ୍ଲକ୍  ତଣ୍ଡିପୁର ପଞ୍ଚାୟତ ଅଙ୍ଗନବାଡ଼ି କର୍ମୀଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଉପମୁଖ୍ୟ ମନ୍ତ୍ରୀ  ପୁରସ୍କୃତ କରିଛନ୍ତି। ତଣ୍ଡିପୁର ପଞ୍ଚାୟତ ଅନ୍ତର୍ଗତ ସାହସପୁର ଅଙ୍ଗନବାଡ଼ି କର୍ମୀ ସୁଜାତା ଶୁଭଦର୍ଶନୀ ଉପମୁଖ୍ୟ ମନ୍ତ୍ରୀଙ୍କ ଦ୍ଵାରା ପୁରସ୍କୃତ ହୋଇଛନ୍ତି। ସେହିପରି ସାହସର ସହ ନିଜ ବାଲ୍ୟବିବାହ ଯୋଜନାକୁ ରୋକିବା ସହିତ ଅନ୍ୟ ସହପାଠୀ ଝିଅ ମାନଙ୍କ ପାଇଁ ପ୍ରେରଣା ହୋଇଥିବା ଆଶା ସାହୁଙ୍କ ସହ ଗଞ୍ଜାମ ଜିଲ୍ଲା ଆକ୍ସନଏଡର ଜିଲା ସଂଯୋଜକ ଦେବବ୍ରତ ମାହୁନ୍ତ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଠାରୁ କିଟ୍ ଅନୁଷ୍ଠାନ ଠାରେ ଶିଶୁ ସୁରକ୍ଷା ଆୟୋଗ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ  ସମ୍ମାନୀତ ହେବା ସହିତ ପ୍ରଶଂସା ପତ୍ର ଗ୍ରହଣ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୋଭା ଶର୍ମା, ପୁଲିସ ଆଇଜି ଏସ ସାଇନି, ଓଡ଼ିଶା ଶିଶୁ ସୁରକ୍ଷା ଆୟୁକ୍ତ ମନ୍ଦାକିନୀ କର ଏବଂ ଓଡ଼ିଶା ୟୁନିସେଫ ମୁଖ୍ୟଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ଦ୍ଵିତୀୟ ଶ୍ରେଣୀରେ ପାଠ ପଢିବା ସମୟରେ ସଡ଼କ ଦୁର୍ଘଟଣାରେ ନିଜ ବାପାଙ୍କୁ ହରାଇଥିବା ଆଶା ସାହୁ ଆଜି ଏହି ସ୍ତରରେ କେମିତି ପହଞ୍ଚି ପାରିଛନ୍ତି। ସେହି କଠିନ ଯାତ୍ରାର ବିଷୟ ବସ୍ତୁକୁ ଉପ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଉପସ୍ଥାପନ କରିଥିଲେ। ଉପ ମୁଖ୍ୟମନ୍ତ୍ରୀ ଆସ୍ପାସନା ଦେଇ କହିଛନ୍ତି ଶିଶୁ ସୁରକ୍ଷା ପାଇଁ ଆଉ ଅଧିକ କଣ କରାଯାଇ ପାରିବ ଚିଠି ଲେଖି ଜଣାଇବା ସହିତ ଭବିଷ୍ୟତରେ ଯାହା ସାହାଯ୍ୟ ସହଯୋଗ ଦରକାର ଜଣାଇବା ପାଇଁ  ନିଜ ବକ୍ତବ୍ୟରେ କହିଥିଲେ।
ପ୍ରଶଂସା ପତ୍ର ପାଇବା ପରେ ଆଶା ସାହୁ, ସୁଜାତା ସୁଭାଦର୍ଶନି ଏବଂ ଦେବବ୍ରତ ମାହୁନ୍ତଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories