www.samajalive.in
Saturday, December 6, 2025
19.1 C
Bhubaneswar

ଟାଟା ମେଜିକ ଓଲଟି ଜଣେ ମୃତ, ୨୦ରୁ ଉର୍ଦ୍ଧ୍ବ ଆହତ

ପାତ୍ରପୁର : ପାତ୍ରପୁର ବ୍ଲକ ଖ।ରିଆଗୁଡ଼ା ନୁଆଁ ଗଡ଼ ରାସ୍ତାର କଣ୍ଟାଖାଳି ତୁରିବୁଡି ମଧରେ ଏକ ଯାତ୍ରୀ ବୋଝେଇ ଟାଟା ମେଜିକ ଗାଡି ରାସ୍ତା ଉପରେ ଓଲଟି ପଡିବା ଫଳରେ ଜଣେ ମହିଳାଙ୍କ ମୃତୁ ଘଟିଥିବା ବେଳେ ୨୦ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଆହତଙ୍କ ମଧରେ ସାତଜଣ ଶିଶୁ ଥିବା ବେଳେ ଚାରି ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି। ମୃତ ମହିଳା ଜଣକ ପଙ୍କଜ ସାହୁ (୪୫)ଘର ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକର ପଡା ଗ୍ରାମର ବୋଲି ଜଣା ପଡ଼ିଛି। ଆହତ ୨୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକମାନେ ପହଂଚି ଉଦ୍ଧାର କରି ଖ।ରିଆଗୁଡ଼ା ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରିଥିଲେ। ଅଧିକାଂଶ ଆହତଙ୍କ ଘର ଚୌଧୁରୀ ଟିକର ପଡା ଗ୍ରାମରେ ବୋଲି ଜଣା ପଡ଼ିଛି। ଆହତଙ୍କ ମଧ୍ୟରୁ ସୁଭମ ସାହୁ,ଧୀରସାହୁ,ଶଶୀସାହୁ,ଏବଂ ଲତା ସାହୁ ଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

ଘଟଣାରୁ ପ୍ରକାଶ ଯେ ଆଜି ସକାଳେ ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକର ପଡା ଗ୍ରାମର କାଳିଆ ସାହୁଙ୍କ ପୁଅ ଜିତୁଙ୍କ ମାନସିକ ପୁରୁଣ ପାଇଁ ସଂପକ୍ରିୟ ମାନଙ୍କୁ ଏକ ଟାଟା ମେଜିକ ଯୋଗେ କୁରେଇସୁଣି ପୀଠକୁ ଯାଉଥିଲେ। ତେବେ ପୀଠରେ କୋଭିଡ କଟକଣା ଯୋଗୁଁ ଭୋଜିଭାତ ନକରିବାକୁ ମନ୍ଦିର କତ୍ତୃପକ୍ଷ କହିଥିଲେ। ଏହାପରେ ଲୋକମାନେ ପୂଜା କରି ଗ୍ରାମକୁ ଫେରୁଥିବା ବେଳେ ତୁରିବୁଡି ଡାକ୍ତର ଖାନା ନିକଟ ରାସ୍ତା ଉପରେ ଭରସ।ମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା। ଫଳରେ ଗାଡ଼ିରେ ଥିବା କୋଡିଏରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇ ପଡ଼ିଥିଲେ। ଯାତ୍ରୀ ମାନଙ୍କ ଚିତ୍କାର ଶୁଣି ଆଖ ପାଖରେ ଲୋକମାନେ ପହଂଚି ଗାଡି ମଧରୁ ବାହାର କରିଥିଲେ। ତେବେ ଏକ ବୁଲାଣି ନିକଟରେ ଚାଳକ ନିୟନ୍ତ୍ରଣ କରିନପ।ରିବାରୁ ଦୁର୍ଘଟଣା ଘଟିଥିବା କିଛି ଆହତ ପ୍ରକାଶ କରିଛନ୍ତି। ଖ।ରିଆଗୁଡା ପୋଲିସ ଘଟଣା ସ୍ଥଳରେ ତଦନ୍ତ କରିବା ସହ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଅନ୍ୟ ଲୋକମାନଙ୍କୁ ପାତ୍ରପୁର ଡାକ୍ତର ଖାନାରେ ଚିକିତ୍ସା କରାଯାଉଛି।କିଛି ଆହତ ଖ।ରିଆଗୁଡ଼ା ଠାରେ ଚିକିତ୍ସା ହୋଇ ଘରକୁ ଫେରିଛନ୍ତି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories