www.samajalive.in
Sunday, December 7, 2025
26.1 C
Bhubaneswar

ସର୍ବଭାରତୀୟ ସ୍ତରରେ ଅଙ୍କିତାଙ୍କ କୃତିତ୍ୱ

ପାଟଣାଗଡ; ଶୁକ୍ରବାର ନିଟ୍ ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ଏହି ବ୍ଲକ ସରମୁହାଣ ଗାଁର ଜଣେ ଛାତ୍ରୀ ଅଙ୍କିତା ରାଉତ ସର୍ବଭାରତୀୟ ସ୍ତରରେ ୪୦୭ ରାଙ୍କ ଏବଂ ଓବିସି ବର୍ଗରେ ୧୦୩ ରାଙ୍କ ରଖିଥିବା ଜଣାପଡିବା ସହ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଉକ୍ତ ଗ୍ରାମର ଉଦୟନାଥ ରାଉତ ଏବଂ ଜ୍ୟୋତ୍ସ୍ନାମୟୀ ରାଉତଙ୍କ କନ୍ୟା ଅଙ୍କିତା ବାଲ୍ୟକାଳରୁ ଜଣେ ମେଧାବୀ ଛାତ୍ରୀ ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି।
ପ୍ରଥମେ ପାଟଣାଗଡସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଏବଂ ପରେ ପରେ ବେଲପଡା ନବୋଦୟ ବିଦ୍ୟାଳୟରୁ ଯୁକ୍ତ ୨ ବିଜ୍ଞାନ ପାଠ ପଢିଥିବା ଅଙ୍କିତା ଏକବର୍ଷ ପାଇଁ ଭୁବନେଶ୍ୱରସ୍ଥିତ ଏଲେନ୍ ସଂସ୍ଥାରେ ପାଠ ପଢି ଚଳିତ ବର୍ଷ ନିଟ ପରୀକ୍ଷାରେ ୭୨୦ରୁ ୬୮୫ ନମ୍ବର ରଖି ଏହି ସଫଳତା ଅର୍ଜନ କରିଛନ୍ତି। ତାଙ୍କର ଏହି ସଫଳତା ପଛରେ ଯଦିଓ ପିତା-ମାତା ତଥା ଗୁରୁମାନଙ୍କ ଆଶୀର୍ବାଦ ରହିଥିବା ଅଙ୍କିତା କୁହନ୍ତି, ତଥାପି ମଧ୍ୟ ବେଶୀ ଶ୍ରେୟ ଭିମସାର୍, ବୁର୍ଲାରେ ଡାକ୍ତରୀ ପଢୁଥିବା ନିଜ ବଡଭାଇ ଅଭିଷେକଙ୍କୁ ଦେଇଛନ୍ତି ଅଙ୍କିତା। ନିଜ ବଡଭାଇଙ୍କ ପ୍ରେରଣା ଏବଂ ସମୟୋଚିତ ଉପଦେଶ ହିଁ ତାଙ୍କ ପାଇଁ ଏହି ସଫଳତା ଆଣି ଦେଇଛି ବୋଲି କୁହନ୍ତି ଅଙ୍କିତା ରାଉତ। ଭବିଷ୍ୟତରେ ଜଣେ ଡାକ୍ତର ହେବା ପରେ ସମାଜର ଅବହେଳିତ, ନିଷ୍ପେସିତ, ଦୁଃଖି, ଦରିଦ୍ରଙ୍କ ସେବା ହିଁ ତାଙ୍କ ଜୀବନର ବ୍ରତ ହେବ ବୋଲି ସେ କହିଛନ୍ତି । ତାଙ୍କର ଏହି ସଫଳତାର ଖବର ଶୁଣି ଅଞ୍ଚଳର ବହୁ ଶିକ୍ଷାବିତ୍, ଶୁଭେଚ୍ଛୁ ଏବଂ ବନ୍ଧୁ ପରିଜନ ତାଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories