www.samajalive.in
Saturday, December 6, 2025
26.1 C
Bhubaneswar

ଜୋରରେ ବାଇକ୍‌ ଚଳାଇବା ଯୋଗୁଁ ଚାଳକଙ୍କର ଶୋଚନୀୟ ମୃତ୍ୟୁ

ପାଟଣା – କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଚେମଣା ଜଙ୍ଗଲ ନିକଟରେ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଜୋରରେ ବାଇକ୍‌ ଚଳାଇବା ମୃତ୍ୟୁର କାରଣ । ଏହି ବାଇକ୍‌ ଦ୍ରୁତ    ଗତିରେ ଡିଭାଇଡରରେ ପିଟି ହେବାରୁ ସେହି ସ୍ଥାନରେ ଚାଳକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

 

- Advertisement -

ମୃତ ଯୁବକ ଜଣଙ୍କ କେନ୍ଦୁଝର ନିକଟସ୍ଥ ଶଙ୍କରପୁର ଗ୍ରାମ ବାଲିସାହି ର ତ୍ରିଲୋଚନ ମହାନ୍ତ ପୁଅ ସଞ୍ଜୟ କୁମାର ମହାନ୍ତ (୨୨) ବୋଲି ଜଣାପଡିଛି। ବାଇକ ଟି ତୁରୁମୁଙ୍ଗା ରୁ କେନ୍ଦୁଝର ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ତୁରୁମୁଙ୍ଗା ପୁଲିସ ଘଟଣା ର ତଦନ୍ତ କରୁଛି। ତେବେ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିବା ବେଳେ ଉଭୟ ପାର୍ଶ୍ୱ ଯାନବାହନ ମଧ୍ୟ ଅଟକି ରହିଥିଲା।

 

ଦ୍ରୁତ୍‌ ଗତିରେ ବାଇକ୍‌ ଚଳାଉଥିବା ବେଳେ ଡିଭାଇଡର୍‌ରେ ସଂଜୟ ପିଟି ହୋଇଥିଲେ । ସେ ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ହୋଇଯାଇଥିଲେ । ସ୍ଥାନୀୟ ଲୋକ ତାଙ୍କୁ ଡାକ୍ତରଖାନା ନେଇଥିଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories