www.samajalive.in
Saturday, December 6, 2025
26.1 C
Bhubaneswar

ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଶିଳ୍ପପତିଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଓଡ଼ିଶାରେ ପ୍ରାକୃତିକ ସମ୍ପଦ ଭରପୁର ହୋଇ ରହିଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସିଙ୍ଗଲ ୱିଣ୍ଡୋ ଜରିଆରେ ଶିଳ୍ପ ସ୍ଥାପନ ପାଇଁ ସମସ୍ତ ସହାୟତା କରାଯିବ ବୋଲି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଇନଭେଷ୍ଟର୍ସ ମିଟ୍’ରେ ଯୋଗ ଦେଇଥିବା ଅବସରରେ ପ୍ରକାଶ କରିଛନ୍ତି। ବୈଠକରେ ‘ମେକ୍ ଇନ୍ ଓଡ଼ିଶା’ ତୃତୀୟ ସଂସ୍କରଣରେ ନିବେଶ ପାଇଁ ଶିଳ୍ପପତିଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମେ ୧୬ଟି ଦେଶର ରାଷ୍ଟ୍ରଦୁତଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। ଏହି ଅବସରରେ ନିବେଶ ସହ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୬ଟି ଦେଶର ରାଷ୍ଟ୍ରଦୁତଙ୍କ ସହ ଆଲୋଚନା କରିଛନ୍ତି। କାହିଁକି ପୁଞ୍ଜି ନିବେଶ ପାଇଁ ଓଡ଼ିଶା ଶ୍ରେଷ୍ଠ ଏ ସମ୍ପର୍କରେ ୧୬ଟି ଦେଶର ରାଷ୍ଟ୍ରଦୁତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବଗତ କରାଇଛନ୍ତି। ଆସନ୍ତା ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୪ ପର୍ୟ୍ୟନ୍ତ ‘ମେକ ଇନ ଓଡ଼ିଶା କନକ୍ଲେଭ’ର ତୃତୀୟ ସଂସ୍କରଣ ଆୟୋଜିତ ହେଉଛି। ଏହି କନକ୍ଲେଭରେ ବିଭିନ୍ନ ଦେଶରୁ ଅଧିକ ପୁଞ୍ଜି କିପରି ଓଡ଼ିଶାକୁ କିପରି ଆସିବ ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି। ଦେଶରେ ପୁଞ୍ଜିନିବେଶ କରିବା ପାଇଁ ଓଡ଼ିଶା ଉକୃଷ୍ଟ ସ୍ଥାନ ବୋଲି ଶିଳ୍ପପତିଙ୍କୁ ବୁଝାଇଛନ୍ତି।
ଦିଲ୍ଲୀ ପରେ ମୁମ୍ବାଇରେ ସେପ୍ଟେମ୍ବର ୧୪ରେ ଇନଭେଷ୍ଟରର୍ସ ମିଟ୍‌ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗ ଦେବା ସହ ଶିଳ୍ପପତିଙ୍କୁ ନିବେଶ ପାଇଁ ନିମନ୍ତ୍ରଣ କରିବେ। ୨୦୧୮ରେ ମଧ୍ୟ ଏହିଭଳି ଭାବେ ଏକ ବୈଠକ ହୋଇଥିଲା।
ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ବିଭାଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଲୋଚନା ପରେ ରାଜ୍ୟକୁ ଅଧିକ ସଂଖ୍ୟାରେ ପୁଞ୍ଜି ନିବେଶ ହେବାର ସମ୍ଭାବନା ଦେଖାଦେଇଛି। ଆଗମୀ ଦିନରେ ହେବାକୁ ଥିବା ‘ମେକଇନ ଓଡ଼ିଶା କନ୍‌କ୍ଲେଭ’ରେ ୧୬ ଦେଶର ପ୍ରତିନିଧିମାନେ ନିଶ୍ଚିତମାନେ ଯୋଗଦେବେ ବୋଲି ସେ ପ୍ରକାଶ କରିଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories