www.samajalive.in
Thursday, December 11, 2025
15.1 C
Bhubaneswar

ପାଣିରେ ବୁଡ଼ି ଦୁଇ ଯମଜ ଭାଇଙ୍କ ମୃତ୍ୟୁ,ରାଜନଗର ଅଞ୍ଚଳରେ ଶୋକର ଲହରୀ

ପାଟଣା : ପାଟଣା ରାଜନଗର ପଞ୍ଚାୟତର ନୂଆଖମଣ ଗ୍ରାମରେ ପାଣିରେ ବୁଡ଼ି ଦୁଇ ଯମଜ ଶିଶୁଙ୍କ ମୃତ୍ୟୁ ହୋଇଛି। ପରିବାରର କନ୍ଦା କଟାରେ ନୁଆଖମଣ ଗାଁ ରେ ହୃଦୟବିଦାରକ ପରିସ୍ଥିତି ସୃଷ୍ଟି ହୋଇଛି। ଦୁଇ ଯମଜ ଶିଶୁଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ରାଜନଗର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ପାଟଣା ବ୍ଲକ୍ ରାଜନଗର ପଞ୍ଚାୟତ ନୁଆଖମଣ ଗ୍ରାମର ବାଙ୍କିସାହିରେ ଆଜି ପୂର୍ବାହ୍ନ ୧୧ଟାରେ ଏକ ଖାଲଭର୍ତ୍ତି ପାଣିରେ ବୁଡ଼ିଯାଇ ଦୁଇ ଯମଜ ଶିଶୁଙ୍କ ମୃତ୍ୟୁ ଘଟିଛି। ବାଙ୍କିସାହିର ଯଶୋବନ୍ତ ନାଏକଙ୍କ ୬ ବର୍ଷର ଦୁଇ ଯମଜ ପୁଅ ଆକାଶ ନାଏକ ଓ ବାଦଲ ନାଏକ ଶୌଚ ପାଇଁ ଘର ଠାରୁ ୫୦୦ ମିଟର ଦୂରରେ ଥିବା ପାଣି ଭର୍ତି ବଡ଼ ଖାଲକୁ ଯାଇଥିଲେ। ଅସାବଧାନତା ଯୋଗୁ ସେମାନେ ପାଣିଭର୍ତ୍ତି ଖାଲରେ ପଡି ପ୍ରାଣ ହରାଇଛନ୍ତି। ଘଟଣାଟି ଜଣାପଡିବା ପରେ ଦୁଇ ଶିଶୁଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ରାଜନଗର ହସ୍‌ପିଟାଲ୍‌  ଓ ତା’ପରେ ସେଠାରୁ ତୁରୁମୁଙ୍ଗା ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ସେଠାରେ ଚିକିତ୍ସା ସମ୍ଭବ ହୋଇନଥିଲା। ଏହାପରେ ସଙ୍ଗେ ସଙ୍ଗେ ଯମଜ ଶିଶୁ ଦ୍ବୟ ଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଉଭୟ ଯମଜ ଉଭୟ ଶିଶୁଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଗାଆଁ ରେ ଏହି ଖବର ପହଞ୍ଚିବା ପରେ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories