www.samajalive.in
Monday, December 8, 2025
27.1 C
Bhubaneswar

ପ୍ରବାସୀଙ୍କ ଟ୍ରେନ ଭଡା ବାବଦକୁ ୨୫ ଲକ୍ଷ ଟଙ୍କା ଜମା କରିବାକୁ ଆଇନଜୀବୀଙ୍କୁ ଅନୁମତି ଦେଲେ ସୁପ୍ରିମକୋର୍ଟ

ସମାଜ ପୋର୍ଟାଲ ଡେସ୍କ: ସୁପ୍ରିମକୋର୍ଟ ଗୁରୁବାର ଦିନ ମୁମ୍ବାଇର ଜଣେ ଆଇନଜୀବୀଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ରେଜିଷ୍ଟ୍ରିରେ ୨୫ ଲକ୍ଷ ଟଙ୍କା ଜମା କରିବାକୁ ଅନୁମତି ଦେଇଛନ୍ତି ଯାହା ଫଳରେ ମୁମ୍ବାଇରୁ ଆସିଥିବା ପ୍ରବାସୀମାନେ ଉତ୍ତରପ୍ରଦେଶ ସମେତ ନିଜ ନିଜ ରାଜ୍ୟକୁ ଯାଇପାରିବେ।

ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱରେ ତଥା ଜଷ୍ଟିସ ସଞ୍ଜୟ କିଶନ କୌଲ ଏବଂ ଏମ ଆର ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ମୁମ୍ବାଇର ଆଇନଜୀବୀ ସାଗର ଅହମ୍ମଦ ଖାନଙ୍କ ଆବେଦନକୁ ଗ୍ରହଣ କରିଛନ୍ତି। ସେ କୋର୍ଟରେ ମୁମ୍ବାଇର ପ୍ରବାସୀ ଶ୍ରମିକମାନଙ୍କୁ ଉତ୍ତରପ୍ରଦେଶର ନିଜ ସହରକୁ ଫେରିବା ପାଇଁ ଟ୍ରେନ୍ ଭଡା ଭାବରେ ୨୫ ଲକ୍ଷ ଟଙ୍କା ଦାନ କରିବାକୁ ନିବେଦନ କରିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୧୨ରେ ହେବ। ଖାନ୍ ତାଙ୍କ ଆବେଦନରେ କେନ୍ଦ୍ର ସରକାର ଏବଂ ଅନ୍ୟାନ୍ୟ ସଂପୃକ୍ତ ଅଧିକାରୀଙ୍କୁ ଉତ୍ତରପ୍ରଦେଶର କବୀର ନଗରକୁ ସୁରକ୍ଷିତ ଭାବରେ ପ୍ରବାସୀମାନଙ୍କୁ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ।

- Advertisement -

ଆଇନଜୀବୀ ସାଗର କହିଛନ୍ତି ଯେ ସଂପୃକ୍ତ କର୍ତ୍ତୃପକ୍ଷ ଏବଂ ସରକାର ନିଶ୍ଚିତ କରିବା ଉଚିତ୍ ଯେ ଏହି ପ୍ରବାସୀ ଶ୍ରମିକମାନେ ସେମାନଙ୍କ ଘରେ କୌଣସି ଅସୁବିଧାର ସାମ୍ନା ନ କରି ପହଂଚି ପାରିବେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories