www.samajalive.in
Sunday, December 14, 2025
26.1 C
Bhubaneswar

ତ୍ୟାଗ ଓ ବଳିଦାନ ସହ ଲୋକକଳା ହିଁ କେନ୍ଦୁଝରର ପ୍ରାଣବିନ୍ଦୁ, ଗଦାଧରପୁରରେ ଲୋକକଳା ଉତ୍ସବ ପାଳିତ

ପାଟଣା : ଆଜି ଘଟଗାଁ ବ୍ଲକର ଗଦାଧରପୁର ଗ୍ରାମ ରଜ ପଡିଆ ଠାରେ ଆଜାଦୀ କା ଅମୃତ ମହୋତ୍ସବ ବିଷୟ ଆଧାରିତ ଲୋକକଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସୂଚନା ଥାଉ କି ରାଜ୍ୟ ସଂସ୍କୃତି ବିଭାଗ ତରଫରୁ କେନ୍ଦୁଝର ଜିଲ୍ଲା ପାଇଁ ଗଦାଧରପୁର ଗ୍ରାମକୁ ଲୋକକଳା ଗ୍ରାମ ରୂପେ ସ୍ୱୀକୃତି ଦିଆଯାଇ ଏହି ଉତ୍ସବର ଆୟୋଜନ କରାଯାଇଅଛି। ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ସମ୍ମାନନୀୟ ଅତିଥି ରୂପେ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ ପୁରସ୍କାର ପ୍ରାପ୍ତ ଲେଖକ ଡଃ ରାମଚନ୍ଦ୍ର ନାୟକ, ଘଟଗାଁ ବ୍ଲକ ଅଧ୍ୟକ୍ଷା ଦ୍ରୌପଦୀ ଦଣ୍ଡପାଟ, ବିଡ଼ିଓ ନାରାୟଣ ସାହୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ରୋହିତ କୁମାର ବେହେରା, ଗଦାଧରପୁର ସରପଞ୍ଚ ସୁଦାମ ଚରଣ ପଇଦା ଓ ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ଗଜେନ୍ଦ୍ର ବାରିକ ପ୍ରମୁଖ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ଆଜିର ଏ ଉତ୍ସବରେ ପାଣ୍ଡବ ନାୟକ ଓ କାହ୍ନୁ ଚରଣ ପଇଦା ନିଜ ସାଥୀଙ୍କ ସହ ପାଲା ପରିବେଷଣ କରିଥିବା ବେଳେ ଆଇଏମବି ଲକ୍ଷ୍ମୀ ଅର୍ଜୁନବିଲା ଯୁବକ ସଂଘ ଓ ମେଲାଣର ଜଲେଇ ଯୁବକ ସଂଘ ଆଦିବାସୀ ନୃତ୍ୟ ପରିବେଷଣ କରିଥିଲେ।

 

- Advertisement -

ସେହିପରି ଘଟଗାଁର ଚର୍ଚ୍ଚିତ କଣ୍ଠଶିଳ୍ପୀ ଆର .ଅଙ୍କିତା, ଆଲୋକ ଦେହୁରୀ ଏବଂ ଗଦାଧରପୁର ଗ୍ରାମର ଯୁବ ଗାୟକ ପ୍ରଶାନ୍ତ ନାୟକ ଲୋକକଳା ତଥା ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରି ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ। ଘଟଗାଁ ଏବିଡ଼ିଓ ତଥା ଯୁବକବି ଚିତ୍ତରଞ୍ଜନ ନାୟକ ଉତ୍ସବ ପରିଚାଳନା କରିଥିଲେ। ସମସ୍ତ ଅଂଶଗ୍ରହଣକାରୀ କଳାକାରଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଘଟଗାଁ ବ୍ଲକ ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ବିପିନ ଚନ୍ଦ୍ର ଖଣ୍ଡା, ଗଦାଧରପୁର ନିର୍ବାହୀ ଅଧିକାରୀ ଚିତ୍ରସେନ ମହାନ୍ତ, ଗ୍ରାମ ରୋଜଗାର ସେବକ ରଣଜିତ ବାରିକ, ଭବାନୀ ମହାନ୍ତ, ପ୍ରତାପ ଚନ୍ଦ୍ର ବେହେରା, ଅମୂଲ୍ୟ ବେହେରା ଓ କେଶବାନନ୍ଦ ବେହେରା ପ୍ରମୁଖ ଆନୁଷଙ୍ଗିକ ସହଯୋଗ ଯୋଗେଇଦେବା ସହ ଉତ୍ସବକୁ ସଫଳ କରିଥିଲେ। ଏହି ଉତ୍ସବରେ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ ହୋଇ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଯୋଗଦେବା ସହ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories