ପାଟଣା: କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଭଗପଶି ଗ୍ରାମର ଅକ୍ଷୟ ପାତ୍ର ନାମକ ଜଣେ ଯୁବକକୁ ତୁରୁମୁଙ୍ଗା ପୋଲିସ ଆଜି ଯୌତୁକ ନିର୍ଯ୍ୟାତନା ଅଭିଯୋଗରେ ଗିରଫ କରିଛି। ଅଭିଯୋଗ ଅନୁଯାୟୀ କରଞ୍ଜିଆ ଥାନା କେଂଝେରା ଗ୍ରାମର ପଙ୍କଜିନୀ ପାତ୍ର ଙ୍କୁ ଗତ ୨୦୨୧ ଜୁଲାଇ ମାସରେ ଅକ୍ଷୟ ବିବାହ କରିଥିଲେ। ତେବେ ବିହାରର ୨ ମାସ ପରେ ପଙ୍କଜିନୀ ଙ୍କୁ ଅଧିକ ଯୌତୁକ ଆଣିବା ପାଇଁ ଅକ୍ଷୟ ବାଧ୍ୟ କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ। ଫଳରେ ପଙ୍କଜିନୀ ନିଜ ବାପଘରକୁ ଚାଲିଯିବା ସହ ଅକ୍ଷୟ ବିରୋଧରେ ତୁରୁମୁଙ୍ଗା ଥାନାରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ କରିଥିଲେ। ଏନେଇ ଥାନାରେ ୫୦/୨୦୨୨ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରିବା ପରେ ଆଜି ଭୋରରୁ ଭଗପଶି ଗ୍ରାମରେ ଚଢ଼ାଉ କରି ଅକ୍ଷୟ ପାତ୍ରକୁ ଗିରଫ କରାଯାଇଛି।
Popular Categories



