www.samajalive.in
Saturday, December 6, 2025
16.1 C
Bhubaneswar

ଅବକାରୀ ଚଢ଼ାଉ : ୧୨୭ ଲିଟର ମଦ ଜବଦ, ୫ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ବିଭିନ୍ନ ଗ୍ରାମରେ ଆଜି ପାଟଣା ଓ ଘଟଗାଁ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯିବା ସମୟରେ ମୋଟ ୧୨୭ ଲିଟର ଚୋରା ମହୁଲି ମଦ ଜବତ କରିବା ସହ ୪ଶହ କେଜି ମହୁଲ ପୋଚ ନଷ୍ଟ କରିଛି ଅବକାରୀ ବିଭାଗ।ପାଟଣା ବ୍ଲକ ଖିରେଇଟାଙ୍ଗିରୀ ଗ୍ରାମର ଶକୁନ୍ତଳା ମୁଣ୍ଡାଙ୍କ ଠାରୁ ୨୦ ଲିଟର ମହୁଲି ମଦ, ଦାଶରଥିପୁର ଗ୍ରାମର କାଜଲ ମାଝୀଙ୍କ ଠାରୁ ୨୫ ଲିଟର ମହୁଲି ମଦ, ଟୁନା ମୁଣ୍ଡାଙ୍କ ଠାରୁ ୨୨ ଲିଟର , ବାବୁରାମ ମାଝୀଙ୍କ ଠାରୁ ୩୦ ଲିଟର ଏବଂ ରୀତା ହେମ୍ବ୍ରମଙ୍କ ଠାରୁ ୩୦ ଲିଟର ମହୁଲି ମଦ ଜବଦ କରିବା ସହ ଅବକାରୀ ବିଭାଗ ସମସ୍ତ ୫ଜଣ ଚୋରା ମଦ ବିକ୍ରେତାଙ୍କୁ ଗିରଫ କରିଛି। ସେହିପରି ଦାଶରଥୀପୁରରେ ମଦ ପ୍ରସ୍ତୁତ ପାଇଁ ରଖାଯାଇଥିବା ୪ଶହ କେଜି ମହୁଲ ପୋଚକୁ ମଧ୍ୟ ଅବକାରୀ ବିଭାଗ ନଷ୍ଟ କରିଛି । ଅବକାରୀ ବିଭାଗ ପକ୍ଷରୁ ମୋଟ ୬ଟି ଅବକାରୀ ମାମଲା ରୁଜୁ କରାଯାଇଛି। ପାଟଣା ଅବକାରୀ ଥାନା ଅଧିକାରୀ ଦିଲ୍ଲୀପ କୁମାର ତାଣ୍ଡି ଓ ଘଟଗାଁ ଅବକାରୀ ଥାନା ଅଧିକାରୀ ଜଗନ୍ନାଥ ମିଶ୍ରଙ୍କ ନେତୃତ୍ବରେ ଏହି ଚଢାଉ ହୋଇଥିଲା ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories