ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ଗାଲଫୁଲା ଗ୍ରାମରେ ଗତକାଲି ଅପରାହ୍ନରେ ଜଣେ ସ୍ବାମୀର ଚାପୁଡ଼ା ମାଡ଼ରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ସ୍ତ୍ରୀ ଜଣଙ୍କ ବେଲ ମୁଣ୍ଡା(୪୪)। ସୂଚନା ମୁତାବକ, ନିଶାସକ୍ତ ସ୍ବାମୀ ବିର ମୁଣ୍ଡା (୪୯) କୌଣସି କାରଣରୁ ରାଗରେ ପତ୍ନୀର କାନ ମୁଣ୍ଡାକୁ ଏକ ଶକ୍ତ ଚାପୁଡା ମାରିବାରୁ ସେ ତତକ୍ଷଣାତ ତଳେ ପଡ଼ିଯାଇ ଘଟଣା ସ୍ଥଳରେ ତାହାର ମୃତ୍ୟୁ ଘଟିଥିଲା । ପାଟଣା ପୁଲିସ ଶନିବାର ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ସ୍ତ୍ରୀ ହତ୍ୟାକାରୀ ବୀର ମୁଣ୍ଡାକୁ ଗିରଫ କରିଛି ।



