www.samajalive.in
Saturday, December 6, 2025
26.1 C
Bhubaneswar

ଅଯୋଧ୍ୟାରେ ଭୂମି ପୂଜନ ନେଇ କ୍ଷେତ୍ରପାଳ ଠାକୁରାଣୀଙ୍କ ମନ୍ଦିରରେ ପ୍ରଦୀପ ପ୍ରଜ୍ଜ୍ୱଳନ

ପାଟକୁରା : ଅଯୋଧ୍ୟାରେ ଭୂମି ପୂଜନ ନେଇ କ୍ଷେତ୍ରପାଳ ଠାକୁରାଣୀଙ୍କ ମନ୍ଦିରରେ ପ୍ରଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁମାନେ ନଡିଆ ଭାଙ୍ଗିବା ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ।

ଅଯୋଧ୍ୟା ଠାରେ ଶ୍ରୀରାମ ମନ୍ଦିରର ଶିଳାନ୍ୟାସ ଉତ୍ସବ ପାଳନ ଅବସରରେ ଗତକାଲି ସନ୍ଧ୍ୟାରେ ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ପଞ୍ଚାୟତର ହରିଦାସପୁର ଗ୍ରାମର ଗ୍ରାମଦେବତୀ କ୍ଷେତ୍ରପାଳ ଠାକୁରାଣୀଙ୍କ ମନ୍ଦିରରେ ପଞ୍ଚାୟତର କେତେକ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ମନ୍ଦିରରେ ନଡିଆ ଭାଙ୍ଗିବା ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଏହି ସବୁ ଶ୍ରଦ୍ଧାଳୁମାନେ ଅଯୋଧ୍ୟାରେ କରାଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶିଳାନ୍ୟାସ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବା ପରେ ଶ୍ରୀରାମ ମନ୍ଦିର ଓ ଅଯୋଧ୍ୟା ସମ୍ପର୍କରେ ବିଭିନ୍ନ ଧ୍ୱନୀ ମାନ ଦେଇଥିଲେ।

- Advertisement -

୧୯୯୨ ମସିହା ଡିସେମ୍ବର ମାସରେ ଅଯୋଧ୍ୟାରେ ରାମ ମନ୍ଦିର ନିକଟକୁ କରସେବା କରିବା ପାଇଁ ଯାଇଥିବା ଅଞ୍ଚଳର କେତେକ ଶ୍ରୀରାମ ଭକ୍ତମାନଙ୍କ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମରେ ବେଡାରୀ ପଞ୍ଚାୟତର ପୂର୍ବତନ ସମସତି ସଭ୍ୟ ଚିତ୍ତରଞ୍ଜନ ଚୌଧୁରୀ, ସମାଜସେବୀ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି , ଉମାକାନ୍ତ ମିଶ୍ର, ପ୍ରତାପ ଚନ୍ଦ୍ର ବାରିକ୍‍, ଆଶୁତୋଷ ରଥ, ରାଜକିଶୋର ଜେନା, ଶାନ୍ତିଲତା ପ୍ରଧାନ, ଦମୟନ୍ତି ମହାନ୍ତି ଓ ମାନସ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories