www.samajalive.in
Thursday, December 11, 2025
14.1 C
Bhubaneswar

ପାଠକ ବାପାପୁଅଙ୍କୁ ମିଳିଲା ଜାମିନ, ୬୦ଦିନ ଭିତରେ ଚାର୍ଜସିଟ୍‌ ଦେବାରେ ବିଫଳ ହେଲା ରାଜ୍ୟ ଭିଜିଲାନ୍ସ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ ଗିରଫ ମାମଲାରେ ଉଭୟ ବାପା ଓ ପୁଅଙ୍କୁ ଜାମିନ ଭିଜିଲାନ୍ସ କୋର୍ଟ ପକ୍ଷରୁ ଜାମିନ ମଞ୍ଜୁର କରାଯାଇଛି। ୬୦ ଦିନ ମଧ୍ୟରେ ଚାର୍ଜସିଟ୍‌ ଦେଇନପାରିବାରୁ ସେମାନଙ୍କୁ ଜାମିନ ମିଳିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ ଗିରଫ ହୋଇଥିଲେ। ଉଭୟଙ୍କୁ ଜାମିନ ମିଳିବା ନେଇ ପାଠକଙ୍କ ଓକିଲ ଅରୂପ ଚାନ୍ଦ ସୂଚନା ଦେଇଛନ୍ତି। ଭିଜିଲାନ୍ସ କେସରେ ଉଭୟଙ୍କୁ ଜାମିନ ମିଳିଥିଲେ ମଧ୍ୟ ସେମାନଙ୍କ ନାମରେ କ୍ରାଇମବ୍ରାଞ୍ଚ ମାମଲା ରହିଛି। ତେଣୁ ବର୍ତ୍ତମାନ ସେମାନେ ଜେଲରୁ ବାହାରି କଷ୍ଟକର ହେବ ବୋଲି ଜଣାପଡ଼ିଛି।
ଆଇଏଫଏସ୍ ତଥା ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ଘରେ ଚଢ଼ଉ ପରେ ଯେତିକି ଆୟବର୍ହିଭୁତ ଅର୍ଥ ମିଳିଥିଲା, ତାହା ଦେଖି ଭିଜିଲାନ୍ସ ବିଭାଗ ଅଫିସର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ପୁଅ ଆକାଶ ପାଠକ ଅଧିକ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ। ମୁମ୍ବାଇରେ ସୌଖିନ ଜୀବନ ବିତାଉଥିବା ଆକାଶ ଭଡ଼ାରେ ରହିବା ପାଇଁ ଘରଭଡ଼ା ବାବଦକୁ କୋଟିଏ ଟଙ୍କାରୁ ଅଧିକ ଦେଉଥିଲେ। ଏହାସହିତ ମାଲେସିଆ, ହଂକଂ, ୟୁକେ, ୟୁଏଇ ଓ ମାଳଦୀପ ଭଳି ଦେଶକୁ ଚାର୍ଟର ପ୍ଲେନରେ ଯିବା ପାଇଁ ୩ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରୁଥିବା ଜଣାପଡ଼ିଥିଲା। ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୯.୪କୋଟି ଟଙ୍କା ଜମା ଥିବା ଜଣାପଡ଼ିଥିଲା। ଏହି ଟଙ୍କା ଶହୀଦନଗର ଓ ନୟାପଲ୍ଲୀରେ ଥିବା ଏଟିଏମରେ ଜମା କରାଯାଇଥିଲା।

ଆକାଶ ପାଠକଙ୍କ ନାମରେ ମୂଲ୍ୟବାନ ଗାଡ଼ି ମର୍ସିଡିଜ୍, ବିଏମଡବ୍ଲ୍ୟୁ ଓ ଟାଟା ହାରିଅର ଓ ଅନ୍ୟ ୩ଟି ୟାମହା ଏଫଜେଡଏସ୍ ମୋଟର ସାଇକେଲ ରହିଛି। ପୁଣେ ଘର ଯାଞ୍ଚବେଳେ କାର ଭଡ଼ା ବାବଦରେ ସେ ୨୫ ଲକ୍ଷ ଟଙ୍କା ଦେଇଥିବାର ଦସ୍ତାବିଜ ମଧ୍ୟ ଭିଜିଲାନ୍ସ ଜବତ କରିଥିଲା।
ଅଭୟ ପାଠକ ଏବଂ ତାଙ୍କ ସମ୍ପର୍କୀୟମାନଙ୍କ ଘର ଯାଞ୍ଚ ସମୟରେ ନଗଦ ୬୦ଲକ୍ଷ ଟଙ୍କା ସହିତ ବହୁ ମୂଲ୍ୟବାନ ଘରୋଇ ଉପକରଣ ଓ ଇଲୋକେ୍‌ଟ୍ରାନିକ୍ସ ସାମଗ୍ରୀ ମିଳିଥିଲା। ସେଥିମଧ୍ୟରେ ୮୦୦ଗ୍ରାମର ସୁନା ଅଳଙ୍କାର ଓ ୨୩ଲକ୍ଷ ଟଙ୍କାର ସୁନା କିଣା ଯାଇଥିବାର ଦସ୍ତାବିଜ ମିଳିଥିଲା। ପୁଣେ, ଭୁବନେଶ୍ୱର, ପାଟନା, ଜୁହୁ, ମୁମ୍ବାଇ, ଜାମସେଦପୁର, ଦିଲ୍ଲୀ ଆଦି ସହରରରୁ ମାଲେସିଆ, ହଂକଂ, ୟୁକେ, ୟୁଏଇ ଓ ମାଳଦୀପ ଆଦି ଦେଶକୁ ଚାଟାର୍ଡ ଫ୍ଲାଇଟରେ ଯିବା ନିମନ୍ତେ ୩କୋଟି ଟଙ୍କାରୁ ଅଧିକ ଭଡ଼ା ମଧ୍ୟ ପୈଠ ହୋଇଥିବା ଜଣାପଡ଼ିଥିଲା।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories