ପାଟଣା : କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ନାରାୟଣ ମେହେରଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବାହ୍ନରେ ପାଟଣା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ୨୦ ଲିଟର ଚୋରା ମହୁଲି ମଦ ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ କରାଯାଇଛି। ଚଢାଉ ସମୟରେ ବେଲପଶି ଗ୍ରାମର ଶିବ ମହାନ୍ତଙ୍କ ଠାରୁ ୧୦ ଲିଟର ମହୁଲି ମଦ ସେହିପରି ପଦ୍ମପୁର ଗ୍ରାମର ଗୋବିନ୍ଦ ମୁଣ୍ଡା ଠାରୁ ମଧ୍ୟ ୧୦ ଲିଟର ମହୁଲି ମଦ ଜବତ ଜବତ କରିଛି ଅବକାରୀ। ଏହି ଚଢାଉରେ ପାଟଣା ଅବକାରୀ ଥାନା ଅଧିକାରୀ ରମେଶ ଚନ୍ଦ୍ର ମହାନ୍ତି, ଏଏସ୍ଆଇ ରଙ୍ଗାଧର ପାତ୍ର, କନେଷ୍ଟବଳ ସମିର ମିଶ୍ର, ମିଥୁନ ଜେନା, ଆରତୀ ବେହେରା ଓ ବବିତା ଲେଙ୍କା ପ୍ରମୁଖ ସାମିଲ ଥିଲେ।
Popular Categories



