ପାଟଣା: କେନ୍ଦୁଝର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଆଜି ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ଠାରେ ଓମବାଡସି ଅନୁଜାନରେ ଚାଲିଥିବା ଉଚ୍ଚ ବିଦ୍ୟାଳୟ ଶ୍ରେଣୀ ଗୃହ ନିର୍ମାଣ କାମ ସହ ମନୋହରପୁର ଠାରେ ଚାଲିଥିବା ମିଶନ ଶକ୍ତି ଗୃହ ବୁଲି ଦେଖିବା ସହ ନିର୍ମାଣ କାର୍ଯ୍ୟ ତଦାରଖ କରିଛନ୍ତି। ଘଟଗାଁ ବିଡ଼ିଓ ନାରାୟଣ ସାହୁ ଘଟଗାଁ ବ୍ଲକ ସହକାରୀ ଯନ୍ତ୍ରୀ କେଦାର ନାଥ ସିଂହ କନିଷ୍ଠ ଯନ୍ତ୍ରୀ ଭୋଲାନାଥ ମହାନ୍ତି ପ୍ରମୁଖ ପିପିଳିଆ ଓ ମନୋହରପୁର ଯାଇ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଆଚାର୍ଯ୍ୟଙ୍କୁ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖାଇଥିଲେ।
Popular Categories



