ପାଟଣା: ଆଜି ଠାରୁ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିଥିବା ବେଳେ କେତେକ ସ୍ଥାନର ଉଚ୍ଚ ବିଦ୍ୟାଳୟ ରେ ଶୂନ୍ୟ ଉପସ୍ଥାନ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ପାଟଣା ବ୍ଲକ ମୁଖ୍ୟାଳୟ ବାଳିକା ଉଚ୍ଚବିଦ୍ୟାଳୟକୁ ଆଜି ଜଣେ ମଧ୍ୟ ଦଶମ ଶ୍ରେଣୀ ଛାତ୍ରୀ ଆସିନଥିବା ଦେଖାଯାଇଥିଲା। ଏଠାରେ ଛାତ୍ରୀ ନିବାସ ଖୋଲାଯିବା ସହ ବିଦ୍ୟାଳୟ ଖୋଲିଥିଲେ ମଧ୍ୟ ଜଣେ ବି ଛାତ୍ରୀ ଆସିନଥିଲେ। ତେବେ ସ୍ଵାମ ପାଟଣା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅଧ୍ୟୟନରତ ଦ୍ଵାଦଶ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଆଶାଜନକ ଥିଲା। +୨ କଳାରେ ୨୫୬ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୯୦ ଜଣ ଛାତ୍ରଛାତ୍ରୀ, +୨ ବିଜ୍ଞାନରେ ୧୨୮ ଜଣକ ମଧ୍ୟରୁ ୬୦ ଜଣ ଛାତ୍ରଛାତ୍ରୀ,+୨ ଭୋକେଶନାଲ ରେ ୮୦ ଜଣରୁ ୨୦ ଜଣ ଛାତ୍ରଛାତ୍ରୀ ପଢ଼ିବାକୁ ଆସିଥିଲେ। ସେମାନଙ୍କୁ ଅପରାହ୍ନ ସାଢ଼େ ଗୋଟାଏ ଯାଏ ପାଠ ପଢା ଯାଇଥିବା ଅଧ୍ୟକ୍ଷ ବିରେନ୍ଦ୍ର କୁମାର ସାହୁଙ୍କ ଠାରୁ ଜଣାପଡିଛି।
ଅନ୍ୟ ପକ୍ଷରେ ପାଟଣା ବ୍ଲକ ବିଭିନ୍ନ ଉଚ୍ଚ ବିଦ୍ୟାଳୟ ରେ ଦଶମ ଶ୍ରେଣୀ ରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଉଭୟ ସରକାରୀ ଓ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ର ମୋଟ ୧୩୮୨ ଜଣ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆଜି ମାତ୍ର ୩୫୯ ଜଣ ବିଦ୍ୟାଳୟକୁ ଆସିଥିବା ଓ ୯୨ ଜଣ ଅନଲାଇନରେ କ୍ଲାସ କରିଥିବା ଜଣାପଡିଛି। ସେହିପରି ପାଟଣା ବ୍ଲକର ଡୁମୁରିଆ ଭୀମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ଥିବା ୧୨୭ ଜଣ +୨ କଳା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୬ ଜଣ ଓ +୨ ବିଜ୍ଞାନର ମଟର ୪ ଜଣ ଛାତ୍ରଛାତ୍ରୀ ପାଠ ପଢ଼ିବାକୁ ଆସିଥିଲେ। ସେହିପରି ପାଟଣା ବ୍ଲକ ତୁରୁମୁଙ୍ଗା ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ର ମୋଟ ୧୬୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆଜି ୧୧୦ ଜଣ ଓ +୨ ବିଜ୍ଞାନରେ ନାମଲେଖା ଥିବା ୩୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୩ ଜଣ ପାଠ ପଢ଼ିବାକୁ ଆସିଥିବା ଜଣାପଡିଛି।



