www.samajalive.in
Sunday, December 7, 2025
15.1 C
Bhubaneswar

୧୦୨ ପରିବାରକୁ ଖାଦ୍ୟ ସାମଗ୍ରୀ ବ୍ୟାଗ ବାଣ୍ଟିଲେ ପାଟଣା ବିଧାୟକ

ପାଟଣା: ବୁଢ଼ିକାପୁଡି ପଞ୍ଚାୟତ ନେଉଳିପଶି ଗ୍ରାମରେ ବସବାସ କରୁଥିବା ଗରିବ, ଅଭାବୀ, ଶ୍ରମଜୀବୀ ଓ ଦିବ୍ୟାଙ୍ଗ ପରିବାରକୁ ଆଜି ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ଦ୍ବାରା ୧୦୨ ପରିବାରକୁ ଖାଦ୍ୟ ସାମଗ୍ରୀ ବ୍ୟାଗ ବଣ୍ଟନ କରାଯାଇଛି। ଏହି ବ୍ୟାଗରେ ଚାଉଳ, ଆଳୁ, ତେଲ, ପିଆଜ ଇତ୍ୟାଦି ରହିଛି। ପାଟଣାବ୍ଲକ ବୁଢ଼ିକାପୁଡି ପଞ୍ଚାୟତ ଅନ୍ତର୍ଗତ ନେଉଳିପଶି ଗ୍ରାମରେ ଏହି କାର୍ଯ୍ୟକ୍ରମରେ ବୁଢ଼ିକାପୁଡି ସରପଞ୍ଚ ଯଦୁମଣି ନାଏକ ଓ ସମିତି ସଭ୍ୟ ଡମ୍ବୁରୁଧର ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାୟକ, କେନ୍ଦେଇପଶି ସଭ୍ୟ ମିତ୍ରଭାନୁ ମହାନ୍ତ, ଦଳୀୟ ନେତା କାନ୍ତା ମନକା ସିଂହ, ଯଶୋବନ୍ତ ବାରିକ, ରାମ ଚନ୍ଦ୍ର ସାହୁ, ସୁରେନ୍ କୁମାର ମହାନ୍ତ, ଟଙ୍ଗଧର ନାଏକ, ବୈଷ୍ଣବ ମହାନ୍ତ, ସନୁ ମହାନ୍ତ, ପ୍ରହ୍ଲାଦ ମହାନ୍ତ, ସୁଷେଣ ନାଏକ, ଛତିଶ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ୧୦୨ ପରିବାରକୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories