www.samajalive.in
Saturday, December 13, 2025
21.1 C
Bhubaneswar

ରାସ୍ତାରେ ଚାଲିଛି କେନାଲ ପାଣି; ପ୍ରଶାସନର ପଡୁନି ନଜର

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇ ଟାଙ୍ଗିରି ମୁଖ୍ୟାଳୟ ଠାରୁ ନୂଆଗାଁକୁ ଯାଇଥିବା ରାସ୍ତା ଏବେ ମରଣଯନ୍ତା ପାଲଟିଛି । ବର୍ତ୍ତମାନ ବର୍ଷା ହେଉନଥିଲେ ମଧ୍ୟ ରାସ୍ତା ଉପରେ ଜମି ରହିଛି ପାଣି । ଚାଷ ଜମିକୁ ପାଣି ନେବାପାଇଁ ସୁବିଧା ନଥିବାରୁ ଚାଷୀ ଭାଇମାନେ ରାସ୍ତା ଉପର ଦେଇ ଚାଷ ଜମିକୁ ପାଣି ନେଉଛନ୍ତି । ଜମିକୁ ପାଣି ନେବାପାଇଁ ଅନ୍ୟତ୍ର ସୁବିଧା ଥିଲେ ମଧ୍ୟ ଜନୈକ ଚାଷୀ ଏକ ଆକ୍ରୋଶ ମୂଳକ କାର୍ଯ୍ୟ ଭାବେ ରାସ୍ତା ଉପ ଦେଇ ଜମିକୁ ପାଣି ନେଉଥିବା ପରି ଏକ ନିନ୍ଦନୀୟ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ରାସ୍ତାରେ ଏମିତି ଅନବରତ ପାଣି ଯାଉଥିବାରୁ ପଥଚାରୀ ମାନେ ଘୋର ଅସୁବିଧାର ସମ୍ମୁଖୀନ ହେବା ସଙ୍ଗେ ସଙ୍ଗେ ସ୍କୁଲ ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଏହା ଏକ ମୁଖ୍ୟ ରାସ୍ତା ହୋଇଥିବାରୁ ପ୍ରଶାସନର ଦୃଷ୍ଟିରେ ଥିଲେ ମଧ୍ୟ ପ୍ରଶାସନ ଚିରନିଦ୍ରାରେ ଶୋଇବା ଏକ ଲଜ୍ୟାଜନକ ଘଟଣା । ଏହି ମୁଖ୍ୟ ରାସ୍ତାକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ ଜନ ସାଧାରଣ ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି ।

Hot this week

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories