www.samajalive.in
Monday, December 8, 2025
24.1 C
Bhubaneswar

ପାଣି ପାଇଁ ମହିଳାଙ୍କ ପ୍ରତିବାଦ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ମୂଷାଖୋରୀ ପଞ୍ଚାୟତର ବଡ଼ଧନୁର୍ଜୟପୁର ଗ୍ରାମରେ ବର୍ଷେ ହେଲା ପାଇପ ପାଣି ଯୋଗାଣ ବନ୍ଦ ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଗ୍ରାମରେ ପାନୀୟ ଜଳର ସମସ୍ୟା ଥିବାରୁ ବସୁଧା ଯୋଜନାରେ ଦୁଇ ବର୍ଷ ପୂର୍ବରୁ ଏଠାରେ ପାଇପ ଯୋଗେ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଥିଲା। ଯାନ୍ତ୍ରିକ ତ୍ରୁଟି କାରଣରୁ ବର୍ଷେ ହେଲା ଜଳ ଯୋଗାଣ ହୋଇପାରୁନାହିଁ । ଗ୍ରାମରେ ଥିବା ନଳକୂପରୁ ମଧ୍ୟ ଠିକ୍‌ ଭାବେ ପାଣି ବାହାରୁନାହିଁ । ଫଳରେ ଗ୍ରାମବାସୀ ୧ କିଲୋମିଟର ଦୂର ନାଳରୁ ପାଣି ଆଣି ପିଉଥିବା ଗ୍ରାମର ମହିଳା ମାନେ ଅଭିଯୋଗ କରିଛନ୍ତି।
ନାଳ ପାଣି ପିଇବା ସହିତ ,ପୋଖରୀ ପାଣିରେ ଗାଧୋଇବା କାମ କରୁଥିବାରୁ ଗ୍ରାମବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏକ ହଜାର ପାଖାପାଖି ଲୋକ ବସବାସ କରୁଥିବା ଏହି ଗ୍ରାମବାସୀ ପାଣି ପାଇଁ ଡହଳବିକଳ ହେଉଥିଲେ ସୁଦ୍ଧା ପ୍ରଶାସନ ନିରବ ରହୁଥିବା ଦେଖିବାକୁ ମିଳୁଛି । ଏ ସମ୍ପର୍କରେ ଗ୍ରାମବାସୀ ପଞ୍ଚାୟତ ଏବଂ ବ୍ଲକରେ ଥିବା ପାନୀୟ ଜଳ ଯୋଗାଣ ବିଭାଗକୁ ବାରମ୍ବାର ଅଭିଯୋଗ କରୁଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନଥିବା ଲୋକେ ଅଭିଯୋଗ ଆଣିଛନ୍ତି । ପ୍ରଚଣ୍ଡ ଖରାରେ ପାଣି ପାଇଁ ଏହି ଗ୍ରାମବାସୀ ଡହଳ ବିକଳ ହେଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗେ ମଧ୍ୟ ଜଳ ଯୋଗାଣ ବ୍ୟବସ୍ତା କରାଯାଉନାହିଁ ।
ଯାହାକି ଏହି ବ୍ଲକରେ ସରକାରୀ ଯୋଜନା ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି । ଏନେଇ ଗ୍ରାମର ବହୁ ମହିଳା ,ପୁରୁଷ ଗ୍ରାମରେ ଥିବା ବସୁଧା ଯୋଜନା ର ପମ୍ପହାଉସ ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ । ଯଥାଶୀଘ୍ର ସମସ୍ୟାର ସମାଧାନ କରାନଗଲେ ଆଗାମୀ ଦିନରେ ଗ୍ରାମବାସୀ ପାଟଣା-ଢେଙ୍କିକୋଟ ୨୨୦ ନଂ ଜାତୀୟ ରାଜପଥକୁ ଅବରୋଧ କରିବା ଭଳି ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।
ଏ ସମ୍ପର୍କରେ ମୂଷାଖୋରୀ ସରପଞ୍ଚ ଭାମାମଣି ଦାସଙ୍କୁ ଯୋଗଯୋଗ କରାଯିବାରୁ କିଛିଦିନ ହେଲା ପାଣି ପମ୍ପ ମୋଟରଟି ପୋଡ଼ି ଯାଇଥିବାରୁ ଏଠାରେ ଜଳ ଯୋଗାଣ ବନ୍ଦ ରହିଛି। ତେବେ ଖୁବଶୀଘ୍ର ଏହକୁ କାର୍ଯ୍ୟକ୍ଷମ କରାଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories