www.samajalive.in
Monday, December 8, 2025
13.1 C
Bhubaneswar

ସାହିକୁ ରାସ୍ତା ନଥିବାରୁ ଯାଇ ପାରିଲାନି ଆମ୍ବୁଲାନ୍ସ ; ବିଳମ୍ବ ଯୋଗୁଁ ଜୀବନ ହାରିଲେ ବୃଦ୍ଧ

ପାଟଣା : ସାହିକୁ ରାସ୍ତା ନଥିବାରୁ ଯାଇ ପାରିଲାନି ଆମ୍ବୁଲାନ୍ସ । ଷ୍ଟେଚରରେ ବୁହା ହୋଇ ଗଲେ ମେଡିକାଲ । ବିଳମ୍ବ ଯୋଗୁଁ ଜୀବନ ହାରିଲେ ବୃଦ୍ଧ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ସିଲିପଦା ଗ୍ରାମର ହରିଜନ ସାହିରେ। ସାହିକୁ ଭଲ ରାସ୍ତା ନଥିବାରୁ ସାହି ଭିତରକୁ ଆମ୍ବୁଲାନ୍ସ ଯାଇ ପାରି ନଥିଲା ଫଳରେ ଷ୍ଟ୍ରେଚରରେ ବୁହା ହୋଇଥିଲେ ରୋଗୀ। କିନ୍ତୁ ମେଡିକାଲରେ ପହଂଚିବାରେ ବିଳମ୍ବ ଯୋଗୁ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ସାହିର ବୈରାଗୀ ପାତ୍ର । ସୂଚନା ଅନୁଯାୟୀ ଗତକାଲି ରାତିରେ ଯନ୍ତ୍ରଣା ଛୋଟପଟ ହେବାରୁ ୧୦୮ ଆମ୍ବୁଲାନ୍ସ କୁ ଫୋନ କରିଥିଲେ । ତେବେ ୧୦୮ ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ରାସ୍ତା ଖରାପ ଯୋଗୁ ସାହି ଭିତରକୁ ଯାଇ ପାରିନଥିଲା । ବାପା ଙ୍କ ଯନ୍ତ୍ରଣା ଦେଖି ଭିନ୍ନକ୍ଷମ ପୁଅ ସୁନିଲ ଚିତ୍କାର କରିବା ରୁ ସାହିର କିଛି ଯୁବକ ଓ ଆମ୍ବୁଲାନ୍ସ କର୍ମଚାରୀ ବୈରାଗୀଙ୍କୁ ଷ୍ଟେଚର ସାହାଯ୍ୟ ରେ ୫୦୦ ମିଟର ବୋହି ଆଣି ୧୦୮ ରେ ମେଡିକାଲ କୁ ପଠାଇ ଥିଲେ ହେଁ ମେଡିକାଲରେ ବୃଦ୍ଧ ବୈରାଗୀଙ୍କର ମୃତ୍ୟୁ ଘଟିଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories