www.samajalive.in
Monday, December 8, 2025
13.1 C
Bhubaneswar

ରାଜନଗର ଦୁର୍ଗା ଦେବୀ ପୀଠରେ ଦଶହରା

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ଦଧି ବାମନ ଜୀଉଙ୍କ ମନ୍ଦିର ପରିସର ମା ଦୁର୍ଗା ଦେବୀ ପୀଠରେ ଦଶହରା ପୂଜା ସ୍ଵତନ୍ତ୍ର ରୀତିନୀତି ଅନୁସାରେ ଅନୁଷ୍ଠିତ ହେଉଛି। ସାତ ଦିନ ଧରି ଏଠାରେ ପୂଜା ଚାଲିଥିବା ବେଳେ ସୋମବାର ନଦୀରୁ ଘଟ ଉତ୍ତୋଳନ କରାଯାଇ ମଣ୍ଡପରେ ସ୍ଥାପନା କରାଯାଇଥିଲା। ପୂଜକ ସର୍ବସ୍ରୀ ସତ୍ୟନାରାୟଣ ମିଶ୍ର, ଧର୍ମାନନ୍ଦ ମିଶ୍ର ଓ ଗୋପୀନାଥ ପଣ୍ଡା ପ୍ରମୁଖ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ମହେଶ୍ୱର ମିଶ୍ର କର୍ତ୍ତା ଭାବରେ ଦାଇତ୍ୱ ତୁଲାଇ ଥିଲେ। ସୋମବାର ଘଟ ସ୍ଥାପନ, ବିଲୁଆଧିବାସ, ନବ ପତ୍ରିକା ପ୍ରବେଶ, ମଙ୍ଗଳବାର ପିଠେ ସପ୍ତମୀ ବିହିତ ପୂଜା, ଆଜି ବୁଧବାର ମହାଷ୍ଟମୀ ପୂଜା, ଦୁର୍ଗା ବ୍ରତ, ଚଣ୍ଡୀ ପାଠ, ଗୁରୁବାର ମହାନବମୀ ପୂଜା, ସନ୍ଧି ପୂଜା, କୁଷ୍ମାଣ୍ଡ ବଳି, ଶୁକ୍ରବାର ଦଶହରା, କୁମାରୀ ପୂଜା, ଅପରାଜିତା ପୂଜା, ଶନିବାର ପିଠେ ବିଶ୍ରାମ, ରବିବାର କଳସ ଭସାଣି ସହ ପାର୍ଶ୍ଵ ଦେବା ଦେବୀ ବିସର୍ଜନ ପର୍ବ ଅନୁଷ୍ଠିତ ହେବ। ମନ୍ଦିର ପରିଚାଳନା ସମିତି ଓ ଗ୍ରାମବାସୀଙ୍କ ସହଯୋଗ ରେ ପୂଜାବିଧି ପରିଚାଳନା କରାଯାଉଛି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories