www.samajalive.in
Friday, December 12, 2025
17.1 C
Bhubaneswar

ମହାଦେବଙ୍କ ଠାରେ ଲାଗି ହେଲା ୨୨ ପ୍ରକାର ମସଲାରେ ପ୍ରସ୍ତୁତ ଭୋଗହାଣ୍ଡି

ପାଟଣା: ପାଟଣା, ତୁରୁମୁଙ୍ଗା ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଶୈବ ମନ୍ଦିର ରେବିଧି ଅନୁଯାୟୀ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। କରୋନା କଟକଣା ଅନୁଯାୟୀ ପୂଜା ସ୍ଥଳୀରେ ସାମାଜିକ ଦୂରତା ରଖାଯାଇ ସିମୀତ ଲୋକଙ୍କ ଦ୍ଵାରା ବଡ଼ଓଷା ପାଳିତ ହୋଇଯାଇଛି। ଓଷା ମଧ୍ୟରେ ଏହି ଓଷା ସବୁଠାରୁ ଶ୍ରେଷ୍ଠ ଓଷା ହୋଇଥିବାରୁ ଏହାକୁ ବଡ଼ ଓଷା କୁହାଯାଏ। ୨୨ ପ୍ରକାର ମସଲାରେ ପ୍ରସ୍ତୁତ ଭୋଗ ହାଣ୍ଡି ମହାଦେବଙ୍କୁ ଲାଗି କରାଯାଇ ମହାଦେବଙ୍କ ନିକଟରେ ଭକ୍ତ ନିଜର ଦୁଃଖ ଜଣାଇଥାଏ। ତେବେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ମହାଦେବ ଙ୍କ ମନ୍ଦିର ରେ ଭିଡ ଦେଖିବାକୁ ମିଳିନାହିଁ।

- Advertisement -

ଅନ୍ୟପକ୍ଷରେ ପାଟଣା ଅଞ୍ଚଳରେ ଚାଲିଛି ପଞ୍ଚୁକ ବ୍ରତ, ସକାଳୁ ସକାଳୁ ଘଣ୍ଟଘଣ୍ଟା ହୁଳହୁଳି ଓ ଶଙ୍ଖନାଦରେ ସୃଷ୍ଟି ହେଉଛି ଆଧ୍ୟାତ୍ମିକ ପରିବେଶ। ମା’ ବୃନ୍ଦାବତୀଙ୍କଙ୍କ ନିକଟରେ ପଡୁଛି ମୁରୁଜ, ଚାଲିଛି ପୂଜାର୍ଚ୍ଚନା। ବ୍ରତଧାରୀ ମହିଳାମାନେ ସକାଳୁ ଗାଧୋଇ ଜଗତର ନାଥ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ନିକଟରେ ପୂଜାର୍ଚ୍ଚନା କରି ନିଜର ଦୁଃଖ ଜଣାଉଛନ୍ତି। ଶୁଦ୍ଧ ପବିତ୍ର ମନରେ ହବିଷ୍ୟାଳି ପାଳନ କରୁଛନ୍ତି ପଞ୍ଚୁକ। କାର୍ତ୍ତିକ ମାସର ଶେଷ ପାଞ୍ଚଦିନ, କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ୟ୍ୟନ୍ତ ପାଞ୍ଚ ଦିନକୁ ଅତି ନିଷ୍ଠାର ପାଳନ କରୁଛନ୍ତି ହବିଷ୍ୟାଳି। ଏହି ପାଞ୍ଚ ଦିନକୁ ପବିତ୍ର ପଞ୍ଚୁକ ଭାବେ ପାଳନ କରାଯାଏ। ଏହି ପାଞ୍ଚ ଦିନ ଭଗବାନ ବିଷ୍ଣୁଙ୍କୁ ତୁଳସୀ ପତ୍ର ଚଢାଯାଇ ପୂଜା କରାଯାଏ। ବିଶ୍ବାସ ରହିଛି ଏଥିରେ ସମସ୍ତ ଦେବତା ପ୍ରଶନ୍ନ ହୋଇ ବର ପ୍ରଦାନ କରିଥାନ୍ତି। ଯେଉଁ ମାନେ ମାସ ସାରା ନିଷ୍ଠାର ସହ ପାଳନ କରିପାରନ୍ତି ନାହିଁ ଏହି ପାଞ୍ଚ ଦିନର ପଞ୍ଚୁକ ପାଳନ କରିଥାନ୍ତି। ପଞ୍ଚୁକ ବ୍ରତ ପାଇଁ ଗାଁଗାଁରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories