ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ର ରେଙ୍ଗାଳବେଡ଼ା ନିକଟରୁ ଆଜି ଏକ ବେଆଇନ ବାଲି ବୋଝେଇ ହାଇୱାକୁ ପାଟଣା ତହସିଲଦାର ଜବତ କରିଛନ୍ତି। ବାଲି ପରିବହନ ସଂକ୍ରାନ୍ତୀୟ କାଗଜ ପତ୍ର ନଥିବା ରୁ ହାଇୱା ମାଲିକଙ୍କୁ ୩୦ହଜାର ୫୨୦ ଟଙ୍କା ଜୋରିମାନା କରାଯାଇଛି। ଚଢାଉ ରେ ତହସିଲଦାର ତାପସ ରଂଜନ ଦେହୁରୀଙ୍କ ସହ ରାଜସ୍ବ ପରିଦର୍ଶକ ବନମାଳୀ ନାୟକ, ରାଜସ୍ବ ନିରୀକ୍ଷକ ସ୍ମୃତିରଞ୍ଜନ ଧିର ପ୍ରମୁଖ ସାମିଲ ଥିଲେ।
Popular Categories



