ଗୁଣୁପୁର: ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭବତୀ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ଗୁଣୁପୁର ପୋଲିସ। ସୂଚନା ଅନୁଯାୟୀ ରମାନଗୁଡା ବ୍ଳକ ପାରୀକ୍ଷିତି ଅଞ୍ଚଳର ଜଣେ ନାବାଳିକା ମୁନିଙ୍ଗା ଅଞ୍ଚଳକୁ ଧୂଆଁପତ୍ର ବଗିଚାରେ କାମ କରିବାକୁ ଯାଇଥିଲେ। ସେଠାରେ ବଙ୍ଗାଳିଗୁଡା ଗ୍ରାମର ଲକ୍ଷ୍ମଣ ପାତିକା ନାମକ ଜଣେ ଯୁବକ ମଧ୍ୟ କାମ କରୁଥିଲେ। ତିନିମାସ ପୂର୍ବରୁ ଉକ୍ତ ନାବାଳିକାଙ୍କୁ ପ୍ରଲୋଭିତ କରି ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ଉକ୍ତ ଘଟଣା ସମ୍ପର୍କରେ ନାବାଳିକା ଜଣକ କାହାରିକୁ ଜଣେଇ ନ ଥିବା ବେଳେ, ଆଶା କର୍ମୀ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରେଇବା ସମୟରେ ତିନି ମାସର ଗର୍ଭବତୀ ଥିବା ଜଣାପଡିଥିଲା। ପରେ ନାବାଳିକାଙ୍କ ବାପା ଏନେଇ ଗୁଣୁପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଆଜି ଗୁଣୁପୁର ପୋଲିସ ଲକ୍ଷଣ ପାତିକାକୁ ଗିରଫ କରି କୋର୍ଟ ଚାଲାଣ କରିଛି।
Popular Categories



