କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଳକ ବାହାକୁଦ-ମୂଷାଡିଆ ଫେରିଘାଟରେ ଅଭାବନୀୟ ଘଟଣା ଘଟିଛି। ଦୁଇଟି ଡଙ୍ଗା ମଙ୍ଗଳବାର ସକାଳୁ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବାହାକୁଦ ପଟୁ ପାରାଦୀପ ଅଭିମୁଖେ ଯାଉଥିଲେ। ହଠାତ୍ ଡଙ୍ଗାର ଇଞ୍ଜିନରେ ତ୍ରୁଟି ଯୋଗୁଁ ମହାନଦୀ ମଝିରେ ଡଙ୍ଗାଟି ଅଚଳ ହୋଇପଡିଥିଲା। ଫଳରେ ଡଙ୍ଗାରେ ଥିବା ୫୦ରୁ ଅଧିକ ଯାତ୍ରୀ ଫସି ରହିଥିଲେ । ଦୀର୍ଘ ୩ ଘଣ୍ଟାର ଚେଷ୍ଠା ପରେ ସ୍ଥାନୀୟ ଲୋକ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି।
Popular Categories



